ଜୋମାଟୋ ଡେଲିଭରି ବୟ ଓ ତାଙ୍କ ବନ୍ଧୁଙ୍କୁ ଅଟକାଇ ଅଧାବାଟରେ ‘ଜୟ ଶ୍ରୀ ରାମ’ ମନ୍ତ୍ର ଜପିବାକୁ କହିବା ପରେ ଥାନାରେ ଅଭିଯୋଗ

Advertisment

www.news18.com

ଔରଙ୍ଗାବାଦ୍‌: ମହାରାଷ୍ଟ୍ରର ଔରଙ୍ଗାବାଦ୍‌ଠାରେ ଜଣେ ଜୋମାଟୋ କର୍ମଚାରୀ ଓ ତାଙ୍କଜ ଜଣେ ବନ୍ଧୁଙ୍କୁ କିଛି ସ୍ଥାନୀୟ ଲୋକେ ମିଶି ‘ଜୟ ଶ୍ରୀ ରାମ’ ମନ୍ତ୍ର କହିବା ପାଇଁ ବାଧ୍ୟ କରିବା ପରେ ସଂପୃକ୍ତ ଅଞ୍ଚଳରେ ଗଣ୍ଡଗୋଳ ଉପୁଜିଛି। ଗତ କିଛି ଦିନ ମଧ୍ୟରେ ଏହପରି ଘଟଣାଟି ଦ୍ୱିତୀୟ ଥର ଘଟିଥିବା ସୋମବାର ପୁଲିସ୍‌ ପକ୍ଷରୁ ସୂଚନା ମିଳିଛି।

ଫୁଡ୍‌ ଡେଲିଭରିଂ ଆପ୍‌ ଜୋମାଟୋ କର୍ମଚାରୀ ଶୈଖ୍‌ ଆମୀର ଏବଂ ତାଙ୍କ ବନ୍ଧୁ ଶୈଖ୍‌ ନାସିର୍‌ ରବିବାର ରାତିରେ ଆଜଦ୍‌ ଛକ ଅଞ୍ଚଳରେ ଏକ ଅଟୋ-ରିକ୍ସାରେ ବସିଥିଲେ। ଏକ କାର୍‌ରେ ପାଞ୍ଚ ଜଣ ଲୋକ ଆସି ସେମାନଙ୍କ ସାମ୍ନାରେ ଗାଡ଼ି ରଖି ତାଙ୍କୁ ‘ଜୟ ଶ୍ରୀ ରାମ’ କହିବାକୁ ବାଧ୍ୟ କରିଥିବା ଅଭିଯୋଗ ହୋଇଛି।

publive-image

ଭୟରେ ଆସି ଏହି ଦୁଇ ଜଣ ‘ଜୟ ଶ୍ରୀ ରାମ’ କହିବା ପରେ ଯାଇ ସେମାନେ ତାଙ୍କୁ ଛାଡ଼ିଥିଲେ। ଅଭିଯୁକ୍ତ ଅମୀର ଏବଂ ତାଙ୍କ ବନ୍ଧୁ ନାସିର୍‌ ପରଦିନ ପୁଲିସ୍‌ରେ ଏ ନେଇ ଅଭିଯୋଗ କରିଛନ୍ତି।

ଉଲ୍ଲେଖଯୋଗ୍ୟ, କିଛି ଦିନ ତଳେ ଏକ  ହୋଟେଲ୍‌ର କର୍ମଚାରୀ ଇମ୍ରାନ ଇମାଇଲ୍‌ ପଟେଲ୍‌ଙ୍କୁ ମଧ୍ୟ ଏକ ଗ୍ରୁପ୍‌ର ଲୋକ ଆସି ବଳପୂର୍ବକ ‘ଜୟ ଶ୍ରୀ ରାମ’ ଜପିବାକୁ ବାଧ୍ୟ କରିଥିବା ଅଭିଯୋଗ ହୋଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe