ଛାତ୍ରଙ୍କୁ ଛୁରି ଭୁସି ହତ୍ୟା, ପୂର୍ବତନ ବିଧାୟକଙ୍କ ପୁଅ ଗିରଫ

Advertisment
ଛାତ୍ରଙ୍କୁ ଛୁରି ଭୁସି ହତ୍ୟା, ପୂର୍ବତନ ବିଧାୟକଙ୍କ ପୁଅ ଗିରଫ

Image Source-aaajtak

ଲକ୍ଷ୍ନୌ: ଲକ୍ଷ୍ନୌରେ ଜଣେ ଇଞ୍ଜିନିୟରିଂ ଛାତ୍ରଙ୍କୁ ହତ୍ୟା କରାଯାଇଛି। ଗତକାଲି ଏହି ଘଟଣା ଘଟିଛି। ୨୩ ବର୍ଷୀୟ ଇଂଜିନିୟରିଂ ଛାତ୍ର ପ୍ରଶାନ୍ତ ସିଂହଙ୍କୁ ଗତକାଲି ଗୋମତିନଗର ସ୍ଥିତ ଏକ ଆପାର୍ଟମେଣ୍ଟ୍‌ ସାମ୍ନାରେ ପ୍ରାୟ ୧୦ ଥର ଛୁରି ମାଡ଼ କରାଯାଇଥିଲା। ପ୍ରାଣ ବିକଳରେ ପ୍ରଶାନ୍ତ ଆପାର୍ଟମେଣ୍ଟ୍‌ ଭିତରକୁ ଦୌଡ଼ିଥିଲେ ମଧ୍ୟ ସେଠାରେ ତଳେ ପଡ଼ି ତାଙ୍କର ମୃତ୍ୟୁ ହୋଇଥିଲା। ଉକ୍ତ ଘଟଣାରେ ପୁଲିସ ଏକ ହତ୍ୟା ଏତଲା ରୁଜୁ କରିଛି। ଏହି ହତ୍ୟାକାଣ୍ଡରେ ଜଣେ ପୂର୍ବତନ ବିଧାୟକ ପୂର୍ବତନ ବିଏସ୍‌ପି ବିଧାୟକ ଶମଶେର ବାହାଦୁରଙ୍କ ପୁଅ ଅମନ ବାହାଦୁରର ସମ୍ପୃକ୍ତି ରହିଛି। ଅମନ ବାହାଦୁରକୁ ପୁଲିସ ଆଜି ସକାଳେ ଗିରଫ କରିଛି। ମିଳିଥିବା ସୂଚନାନୂଯାୟୀ ପ୍ରଶାନ୍ତଙ୍କ ଘର ବାରଣାସୀର ବାବତପୁରରେ। ସେ ଏକ ଭଡ଼ା ଘରେ ରହି ଲକ୍ଷ୍ନୌର କଲେଜ୍‌ରେ ଇଞ୍ଜିନିୟରିଂ ପଢ଼ୁଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe