ଝିଅକୁ ଅପହରଣ, ବାପାଙ୍କୁ ଆକ୍ରମଣ

ରିଅଲ୍‌ ଇଷ୍ଟେଟ୍‌ ବ୍ୟବସାୟୀଙ୍କୁ ଅପହରଣ, ୧୭ ଲକ୍ଷ ଟଙ୍କା ପାଇଁ ମୁଣ୍ଡଜାମିନ

oneindia.com

ଖଣ୍ଡଗିରି: ନାବାଳିକା ଅପହରଣ ମାମଲାକୁ ନେଇ ରବିବାର ପାତ୍ରପଡ଼ା ଫୁଲେଶ୍ବରୀ ବସ୍ତିରେ ଗଣ୍ଡଗୋଳ ଘଟିଛି। ଅପହର୍ତାର ବାପା ଓ ଭାଇ ନାବାଳିକାଙ୍କ ବାପାଙ୍କୁ ଆକ୍ରମଣ କରିଥିବା ଖଣ୍ଡଗିରି ଥାନାରେ ଅଭିଯୋଗ ହୋଇଛି। ସୂଚନାନୁସାରେ ଫୁ‌ଲେଶ୍ବରୀ ବସ୍ତିରେ ରହୁଥିବା ଦନେଇ ବେହେରା(ଛଦ୍ମନାମ)ଙ୍କ ନାବାଳିକା ଝିଅକୁ ସେହି ବସ୍ତିର ଜଣେ ଯୁବକ ଦୁଇଦିନ ପୂର୍ବେ ଅପହରଣ କରିନେଇଛି। ଏ ନେଇ ଦନେଇ ଉକ୍ତ ଯୁବକଙ୍କ ବାପାଙ୍କୁ ଅଭିଯୋଗ କରିବା ସହ ତାଙ୍କ ଝିଅକୁ ଫେରାଇ ଦେବାକୁ କହିଥିଲେ। ହେଲେ ଦନେଇ କୌଣସି ପ୍ରକାର ସାହାଯ୍ୟ ନ କରିବାରୁ ଆଜି ଦନେଇ ଥାନାକୁ ଯିବେ ବୋଲି ଚେତାବନୀ ଦେଇଥିଲେ। ଏଥିରେ ଉତ୍‌କ୍ଷିପ୍ତ ହୋଇ ଉକ୍ତ ଯୁବକର ବାପା ଓ ବଡ଼ ଭାଇ ଦନେଇଙ୍କୁ ଆକ୍ରମଣ କରିଥିବା ଥାନାରେ ଅଭିଯୋଗ ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe