ବାଇକ୍‌ ଚୋରି ଗ୍ୟାଙ୍ଗ୍‌ର ମୁଖ୍ୟ ଅଭିଯୁକ୍ତ ଗିରଫ

Advertisment
ବିବାହର ପ୍ରଲୋଭନ ଦେଖାଇ ଶାରିରୀକ ସମ୍ପର୍କ, ପରେ ପ୍ରତାରଣା : ଥାନାରେ ମାମଲା, ଶିକ୍ଷକ ଗିରଫ

Daily Times

ଭୁବନେଶ୍ୱର: ପଶ୍ଚିମବଙ୍ଗରୁ ଧରାପଡ଼ିଥିବା ଅନ୍ତଃରାଜ୍ୟ ବାଇକ୍‌ ଚୋରି ଗ୍ୟାଙ୍ଗ୍‌ର ମୁଖ୍ୟ ଅଭିଯୁକ୍ତକୁ ଖାରବେଳନଗର ଥାନା ପୁଲିସ ଗିରଫ କରିଛି। ସେ ହେଲା, କଟକ ଜିଲ୍ଲା ବଡ଼ମ୍ବାର ସଞ୍ଜି ବେହେରା। ପୂର୍ବରୁ ଗିରଫ ହୋଇଥିବା ୨ ଅଭିଯୁକ୍ତକୁ ରିମାଣ୍ତରେ ଅଣାଯାଇ ‌ହୋଇଥିବା ପଚରାଉଚରାରେ ସଞ୍ଜିର ପରିଚୟ ଓ ଠିକଣା ମିଳିଥିଲା। ହେଲେ ସେବେଠାରୁ ସେ ଫେରାର୍‌ ଥିଲା। ଗତକାଲି ଭୁବନେଶ୍ବର ଆସିଥିବା ଖବର ପାଇ ପୁଲିସ ରସୁଲଗଡ଼ ଓଭରବ୍ରିଜ୍‌ ତଳୁ ତାକୁ ଗିରଫ କରିଛି। ଗତ ୩୦ ତାରିଖ ଦିନ ବେଗୁନିଆ ଥାନା ଅଧୀନ କୁରାଢ଼ିଲୋ ଗ୍ରାମର ସୁବାସ ଚନ୍ଦ୍ର ମହାଭୋଇ ଭୁବନେଶ୍ବର ଜନପଥରେ ଥିବା ଏକ ବ୍ୟାଙ୍କ୍‌ ସାମ୍ନାରେ ନିଜ ଗାଡ଼ି ରଖି ଭିତରକୁ ଯାଇଥିଲେ। ଗାଡ଼ିଟି ସେଠାରୁ ଚୋରି ହୋଇଯାଇଥିଲା। ଏନେଇ ସେ ୩୧ ତାରିଖ ଦିନ ଖାରବେଳ ନଗର ଥାନାରେ ଅଭିଯୋଗ କରିବା ପରେ ପୁଲିସ ପଶ୍ଚିମବଙ୍ଗ ଯାଇ ପଁସକୁଡ଼ା ଥାନା ଅଧୀନ ସୋଦୁଅପଟାର ସେକ୍‌ ରୁଲାମିନ୍‌ ଓ ସେହି ପଁସକୁଡ଼ା ଥାନା ଅଧୀନ ଦାଲ୍‌ବାଦ୍‌ ରତୁଲିଆର ସେକ୍‌ ମୁଜୁବରଙ୍କୁ ଗିରଫ କରିଥିଲା। ନକଲି ଚାବିରେ ଗାଡ଼ି ଖୋଲି ଏମାନେ ରାତାରାତି ଗାଡ଼ି ନେଇ ଓଡ଼ିଶା ପାର୍‌ ହୋଇଯାଉଥିଲେ। ନିକଟ ଅତୀତରେ ସଞ୍ଜିକୁ ଗିରଫ କରାଯାଇ ତା’ଠାରୁ ୧୧ଟି ଗାଡ଼ି ଉଦ୍ଧାର କରାଯାଇଥିଲା। ତେବେ ସେ ଜାମିନ୍‌ରେ ଆସି ଏହି ବେପାରରେ ପୁଣି ଲାଗି ଯାଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe