ବିମାନରୁ ମୋବାଇଲ ଚୋରି, ଜଣେ ଗିରଫ

Advertisment
ବଜ୍ରକାପ୍ତା ଜବତ, ୨ ଗିରଫ ୫ ଲକ୍ଷ ବିକ୍ରି ହେଉଥିଲା

ପୁରୁଣା ଭୁବନେଶ୍ୱର: ବିମାନରୁ ମୋବାଇଲ ଚୋରି ଅଭିଯୋଗରେ ଏୟାରପୋର୍ଟ ଥାନା ପୁଲିସ ଜଣେ ଯୁବକକୁ ଗିରଫ କରିଛି। ସେ ହେଲା, ବାଙ୍କୀ ଥାନା ଅଧୀନ ଚକାପାଦ ଗ୍ରାମର ଗୋବରା ଓରଫ ଗୋବର୍ଦ୍ଧନ ପ୍ରଧାନ(୩୫)। ପୁଲିସ ତା’ ନିକଟରୁ ୭ଟି ମୋବାଇଲ ଜବତ କରିଛି। ସେ ଏହି ଥାନା ଅଧୀନ ଏରୋଡ୍ରମ୍‌ ଅଞ୍ଚଳର ଲେନ୍‌-୨‌‌ରେ ରହେ। ପୁଲିସ ସୂଚନା ଅନୁଯାୟୀ, ଗୋବରା କାର୍ଗୋ ଟର୍ମିନାଲ‌ରେ କାମ କରେ। ଭିସ୍ତାରା ବିମାନରେ ଦିଲ୍ଲୀରୁ ଭୁବନେଶ୍ବର ଡିଟିଡିଏସ୍‌ ସଂସ୍ଥାର ବିଭିନ୍ନ ପ୍ୟାକେଟ୍‌ ଆସିଥାଏ। ଜୁଲାଇ ମାସରେ ଡିଟିଡିଏସ୍‌ ପକ୍ଷରୁ ଆସିଥିବା ପ୍ୟାକେଟ୍‌ରୁ ଗୋବରା ୯ଟି ମୋବାଇଲ ଚୋରି କରିଥିଲା। ଏ ନେଇ ଡିଟିଡିଏସ୍‌ର ଓଡ଼ିଶା ମୁଖ୍ୟ ବିଭାବସୁ ସାମଲ ଏୟାରପୋର୍ଟ ଥାନାରେ ଅଭିଯୋଗ କରିଥିଲେ। ଥାନା ଅଧିକାରୀ ବଳରାମ ନାୟକ ତଦନ୍ତ କରି ଜାଣିବାକୁ ପାଇଥିଲେ ଯେ ଗୋବରା ହିଁ ପ୍ୟାକେଟ୍‌ରୁ ମୋବାଇଲ୍ ଚୋରି କରୁଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe