ବ୍ୟବସାୟୀଙ୍କୁ କାଚ ବୋତଲରେ ଆକ୍ରମଣ, ଯୁବକ ଗିରଫ

Advertisment
ବ୍ୟବସାୟୀଙ୍କୁ କାଚ ବୋତଲରେ ଆକ୍ରମଣ, ଯୁବକ ଗିରଫ

Photo by : cloudfront.net

ଭୁବନେଶ୍ୱର : ଦାଦାବଟି ନଦେବାରୁ ବ୍ୟବସାୟୀଙ୍କୁ କାଚ ବୋତଲରେ ଆକ୍ରମଣ ଅଭିଯୋଗରେ କ୍ୟାପିଟାଲ ଥାନା ପୁଲିସ ଜଣେ ଯୁବକ ଗିରଫ କରିଛି। ସେ ହେଲା ବାଙ୍କୁଆଳ ଅଞ୍ଚଳର ସୁମିତ ରଞ୍ଜନ ସ୍ୱାଇଁ(୨୭)। ଗତ ୨୫ ତାରିଖ ସନ୍ଧ୍ୟାରେ ସୁମିତ ୟୁନିଟ୍‌-୧ ମାର୍କେଟ୍‌ରେ ଥିବା ଦେବାଶିଷ ସାହୁଙ୍କ ହୋଟେ୍‌ଲ୍‌କୁ ଯାଇ ବଟି ମାଗିଥିଲା। ହେଲେ ଦେବାଶିଷ ବଟି ଦେବାକୁ ମନା କରିବାରୁ ସୁମିତ ଅଶ୍ଳୀଳଭାଷାରେ ଗଳିଗୁଲଜ କରିଥିଲା। ଦେବାଶିଷ ପ୍ରତିବାଦ କରିବାରୁ ସୁମିତ୍‌ ସେଠାରେ ଥିବା ଏକ କାଚବୋତଲ ଭାଙ୍ଗି ଦେବାଶିଷଙ୍କୁ ଆକ୍ରମଣ କରିଥିଲା। ଫଳରେ ଦେବାଶିଷଙ୍କ ମୁଣ୍ଡ ଓ ଶରୀରରେ ଗଭୀର କ୍ଷତ ସୃଷ୍ଟି ହୋଇଥିଲା। ଏନେଇ ଦେବାଶିଷ କ୍ୟାପିଟାଲ ଥାନାରେ ଅଭିଯୋଗ କରିଥିଲେ। ପୁଲିସ ଏହି ଘଟଣାର ତଦନ୍ତ ଜାରି ରଖିଥିଲା। ଆଜି ପୁଲିସ ସୁମିତକୁ ବାଙ୍କୁଆଳରୁ ଗିରଫ କରି କୋର୍ଟ ଚାଲାଣ କରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe