ପୁରୁଣା ଭୁବନେଶ୍ୱର: ଲକ୍ଡାଉନ୍ ବେଳେ ରାଜଧାନୀରେ ଦେଖା ଦେଇଛି ଘରୋଇ ହିଂସା। ପୁରୁଣା ଭୁବନେଶ୍ୱର କପିଳେଶ୍ୱର ପାଟଣା ସାହିରେ ପାରିବାରିକ କଳହକୁ କେନ୍ଦ୍ର କରି ଶାବଳରେ ଭାଉଜଙ୍କୁ ପ୍ରାଣାନ୍ତକ ଆକ୍ରମଣ କରିଛି ଦିଅର। ଶ୍ରୀଲିଙ୍ଗରାଜ ଥାନା ପୁଲିସ ଦିଅରକୁ ଗିରଫ କରିଛି। ଗିରଫ ଯୁବକ ହେଲା ଟୁକୁନା ଓରଫ ସୁକୁମାର ସାହୁ(୩୦)।
ପୁଲିସ ସୂଚନା ମୁତାବକ, କପିଳେଶ୍ବର ପାଟଣା ସାହିରେ ସୁଶାନ୍ତ ସାହୁ ଓ ତାଙ୍କ ପରିବାର ରହୁଛନ୍ତି। ଲକ୍ଡାଉନ୍ ଯୋଗୁଁ ସବୁ ସଦସ୍ୟ ଏବେ ଘରେ ଅଛନ୍ତି। ଗତକାଲି କୌଣସି କାରଣକୁ ନେଇ ଝଗଡ଼ା ହୋଇଥିଲା। ଟୁକୁନା ରାଗି ଯାଇ ତାଙ୍କ ବଡ଼ ଭାଇ ସୁଶାନ୍ତଙ୍କୁ ପ୍ରବଳ ଗାଳି କରିଥିଲା। ଭାଉଜ ମମତା ସାହୁ ଏହାକୁ ବିରୋଧ କରିବାରୁ ଉତ୍କ୍ଷିପ୍ତ ହୋଇ ଟୁକୁନା ଏକ ଶାବଳ ଯୋଗେ ତାଙ୍କୁ ଆକ୍ରମଣ କରିଥିଲା। ମମତାଙ୍କୁ ପ୍ରଥମେ କ୍ୟାପିଟାଲ ହସ୍ପିଟାଲ ଓ ପରେ ଏକ ଘରୋଇ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି। ଏନେଇ ପରିବାର ପକ୍ଷରୁ ଥାନାରେ ଅଭିଯୋଗ କରାଯାଇଥିଲା।
ଭାଉଜଙ୍କୁ ଶାବଳରେ ଆକ୍ରମଣ, ଦିଅର ଗିରଫ
Advertisment
Follow Us