ସାକ୍ଷୀ ଦେବାକୁ ଯାଉଥିବା ମହିଳାଙ୍କ ଛାତି ଓ ମୁହଁରେ ୧୦ଟି ଗୁଳି ମାରି ହତ୍ୟା କଲେ ଆତତାୟୀ

ସାକ୍ଷୀ ଦେବାକୁ ଯାଉଥିବା ମହିଳାଙ୍କ ଛାତି ଓ ମୁହଁରେ ୧୦ଟି ଗୁଳି ମାରି ହତ୍ୟା କଲେ ଆତତାୟୀ

Image Courtesy of NDTV

ମିରଟ: ଉତ୍ତର ପ୍ରଦେଶ ଅନ୍ତର୍ଗତ ମିରଟ ଜିଲ୍ଲାର ଏକ ଗାଁ’ରେ ତିନି ଜଣ ବ୍ୟକ୍ତି ଜଣେ ୬୦ ବର୍ଷୀୟ ମହିଳାଙ୍କ ମୁହଁରେ ୧୦ଟି ଗୁଳି ମାରି ତାଙ୍କୁ ହତ୍ୟା କରିଛନ୍ତି। ଗାଁ’ ନିକଟରେ ଏକ କାର୍‌ରେ ମଧ୍ୟ ତାଙ୍କ ପୁଅକୁ ଗୁଳି ମାରି ହତ୍ୟା କରାଯାଇଛି।

ନିଚେତ୍ତାର ନାମ୍ନୀ ମହିଳା ଜଣକ ତାଙ୍କ ଘର ବାହାରେ ପଡିଥିବା ଏକ ଖଟିଆରେ ବସିଥିଲେ। ତାଙ୍କ ଖଟିଆ ପାଖରେ ପଡ଼ିଥିବା ଅନ୍ୟ ଏକ ଖଟିଆରେ ଆଉ ଜଣେ ମହିଳା ମଧ୍ୟ ବସିଥିଲେ। ହଠାତ୍‌ ତାଙ୍କ ଆଡ଼କୁ ଜଣେ ଲୋକ ଯାଇ ଧରିଥିବା ଦେଶୀ ପିସ୍ତଲରୁ ପ୍ରାୟ ଦୁଇ ଫୁଟ୍‌ ଦୂରରୁ ତାଙ୍କ ଛାତି ଉପରକୁ ଗୁଳି ଚଳାଇଥିଲେ। ମହିଳାଜଣକ ଖଟିଆରେ ନଇଁ ପଡ଼ିବାବେଳେ ଆଉ ଦୁଇ ଜଣ ବ୍ୟକ୍ତି ପିସ୍ତଲ ଧରି ତାଙ୍କ ଆଡ଼କୁ ଆସି ଗୁଳି ଚଳାଇଥିଲେ।

ଆକ୍ରମଣକାରୀମାନେ ପୁଣି ପିସ୍ତଲରେ ଗୁଳି ଭରିବାବେଳେ ସେମାନଙ୍କୁ ମଧ୍ୟରୁ ଜଣେ ପାଖ ଖଟିଆରେ ବସିଥିବା ମହିଳାଙ୍କୁ ସେଠାରୁ ଉଠି ଚାଲିଯିବାକୁ କହିଥିଲେ।

ଛଅଟି ଗୁଳି ଖାଇ ଖଟିଆରେ ଛଟପଟ ହେଉଥିବା ବୟସ୍କା ମହିଳାଙ୍କ ନିକଟକୁ ଜଣେ ଆତତାୟୀ ଯାଇ ତାଙ୍କ ମୁଣ୍ଡକୁ ଲକ୍ଷ୍ୟ କରି ଗୁଳି ଚଳାଇଥିଲେ। ତା’ପରେ ଅନ୍ୟ ଦୁଇ ଜଣ ପିସ୍ତଲଧାରୀ ମହିଳାଙ୍କ ନିକଟକୁ ଯାଇ ତାଙ୍କ ମୁହଁରେ ଗୁଳି ଚଳାଇବା ପରେ ସଭିଏଁ ଘଟଣାସ୍ଥଳରୁ ଚାଲିଯାଇଥିଲେ।

ବୟସ୍କା ମହିଳାଙ୍କ ଘର ଆଗରେ ଖଞ୍ଜା ଯାଇଥିବା ସିସିଟିଭି କ୍ୟାମେରାରେ ରେକର୍ଡ ହୋଇଥିଲା ଏହି ହତ୍ୟାକାଣ୍ଡର ଦୃଶ୍ୟ। ଆତତାୟୀମାନଙ୍କ ମୁହଁରେ ରୁମାଲ ବନ୍ଧା ଯାଇଥିଲା।

ଗୁରୁବାର ଦିନ ନିଚେତ୍ତାର୍‌ କୌର୍‌ ଏବଂ ତାଙ୍କ ପୁଅ ବଲଓ୍ଵିନ୍ଦର ଅଦାଲତରେ ସାକ୍ଷୀ ଭାବେ ହାଜର ହୋଇ ଥାଆନ୍ତେ। ଏକ ଜମିବାଡ଼ି ବିବାଦରେ ନିଚେତ୍ତାର୍‌ଙ୍କ ସ୍ୱାମୀଙ୍କୁ ହତ୍ୟା କରାଯାଇଥିଲା। ଏହି ହତ୍ୟାକାଣ୍ଡରେ ସମ୍ପୃକ୍ତଥିବା ତାଙ୍କ ଭାୟାର କିଛି ଲୋକ ଜେଲ୍‌ଦଣ୍ଡ ଭୋଗିଥିଲେ।
ଅଦାଲତରେ ସାକ୍ଷୀ ନ ଦେବାକୁ ମା ଓ ପୁଅଙ୍କୁ ତାଗିଦା ଦେଇ ଥିଲେ। ଏ ଭଳି ହତ୍ୟାକାଣ୍ଡକୁ ପ୍ରଶାସନିକ ତ୍ରୁଟି ଦର୍ଶାଇ ପାଞ୍ଚଜଣ ପୁଲିସଙ୍କୁ ନିଲମ୍ବିତ କରାଯାଇଛି।

ଏ ମାମଲାରେ ଜଣକୁ ଗିରଫ କରାଯାଇଛି। ବାକି ଆତତାୟୀମାନଙ୍କୁ ଧରାଯିବାକୁ ଉଦ୍ୟମ କରାଯାଉଛି ବୋଲି ଜଣେ ପୁଲିସ ଅଧିକାରୀ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe