ହତ୍ୟା ଧମକ ଦେଇ ୪ ଅଟକ

ଅନୁଗୁଳ ଗଣଦୁଷ୍କର୍ମ ଘଟଣାର ରାୟ: ୪ ଅଭିଯୁକ୍ତଙ୍କୁ ଆଜୀବନ

ତ୍ରିଶୂଳିଆ: ବାରଙ୍ଗ ଥାନା ଅନ୍ତର୍ଗତ ଶ୍ରୀବନ୍ତପୁର ପଞ୍ଚାୟତର ଗଦେଇକୁଦ ବସ୍ତିରେ ଜଣେ ଫ୍ୟାକ୍ଟ୍ରି ମାଲିକଙ୍କୁ ହତ୍ୟା ଧମକ ଦେବା ଅଭିଯୋଗରେ ପୁଲିସ ୪ଜଣଙ୍କୁ ଥାନାରେ ଅଟକ ରଖି ପଚରାଉଚରା କରୁଛି। ଏନେଇ ଫ୍ୟାକ୍ଟ୍ରି ମାଲିକ ଥାନା‌େର ଲିଖିତ ଅଭିଯୋଗ କରିଛନ୍ତି। ସୂଚନାଯୋଗ୍ୟ ଯେ, ଗଦେଇକୁଦ ବସ୍ତିରେ ସାରଦା ସ୍ବାଇଁ ନାମକ ଜଣେ ବ୍ୟକ୍ତି କେମିକାଲ ଫ୍ୟାକ୍ଟ୍ରି କରିଛନ୍ତି। ବୁଧବାର ରାତି ପ୍ରାୟ ସାଢ଼େ ୧୧ଟା ବେଳେ ୪ଜଣ ଯୁବକ ଫ୍ୟାକ୍ଟ୍ରିରେ କାମ କରୁଥିବା ଲୋକମାନଙ୍କୁ ଚାନ୍ଦା ଦେବାପାଇଁ କହିଥିଲେ। ସେମାନେ ମନା କରିବାରୁ ଯୁବକମାନେ ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରିବା ସହ ଫ୍ୟାକ୍ଟ୍ରି ଉପରକୁ ଢେଲା ପଥର ପକାଇ ଭଙ୍ଗାରୁଜା କରିଥିଲେ। ଏହାପରେ କାମ କରୁଥିବା ଲୋକମାନଙ୍କୁ ଏବଂ ଶ୍ରୀ ସ୍ବାଇଁଙ୍କୁ ହତ୍ୟା ଧମକ ଦେଇଥିଲେ। ଏନେଇ ପିସିଆର୍‌ ଭ୍ୟାନ୍‌କୁ ଖବର ଦେବା ପରେ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଯୁବକମାନଙ୍କୁ ଅଟକ ରଖି ପଚରାଉଚରା କରୁଛି। ସେମାନଙ୍କ ମଧ୍ୟରେ ବାରଙ୍ଗ ଥାନା ଗଦେଇକୁଦର ୨ଜଣ, ଦାଢ଼ା ପାଟଣାର ଜଣେ ଓ ବଡ଼ମ୍ବା ଅଞ୍ଚଳର ଜଣେ ଥିବା ସୂଚନା ମିଳିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe