କଟକ ସହରରୁ ଆଉ ୪ଜଣ କରୋନା ଆକ୍ରାନ୍ତ ଚିହ୍ନଟ

Advertisment
କଟକ ସହରରୁ ଆଉ ୪ଜଣ କରୋନା ଆକ୍ରାନ୍ତ ଚିହ୍ନଟ

କଟକ: କଟକରୁ ଆଜି ପୁଣି ୪ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ନୂଆ ଆକ୍ରାନ୍ତଙ୍କୁ ମିଶାଇଲେ କଟକରେ ସର୍ବମୋଟ ୨୯୫ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୧୩୪ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଏବେ ବି କଟକରେ ୧୫୪ଟି କରୋନା ସକ୍ରିୟ ମାମଲା ରହିଛି। ମହାମାରୀ କରୋନାରେ ସଂକ୍ରମିତ ହୋଇ କଟକ ଜିଲ୍ଲାରୁ ୭ଜଣଙ୍କ ମୃତ୍ୟୁ ହୋଇଥିବା କଟକ ମହାନଗର ନିଗମ ପକ୍ଷରୁ ଟୁଇଟ କରି ସ୍ପଷ୍ଟ କରାଯାଇଛି।

ଆଜି ଚିହ୍ନଟ ହୋଇଥିବା ୪ଜଣ କରୋନା ଆକ୍ରାନ୍ତଙ୍କ ମଧ୍ୟରୁ ଇନ୍‌ଷ୍ଟିଚ୍ୟୁସନାଲ କ୍ୱାରେଣ୍ଟାଇନ୍‌ କେନ୍ଦ୍ରରୁ ୨ଜଣ ଚିହ୍ନଟ ହୋଇଥିବା ବେଳେ ଜଣେ ଘରୋଇ ସଙ୍ଗରୋଧ କେନ୍ଦ୍ରରୁ ଓ ଜଣେ ସ୍ଥାନୀୟ ଅଞ୍ଚଳର ରହିଛନ୍ତି। ଇନ୍‌ଷ୍ଟିଚ୍ୟୁସନାଲ କ୍ୱାରେଣ୍ଟାଇନ୍‌ କେନ୍ଦ୍ରରୁ ଚିହ୍ନଟ ହୋଇଥିବା ୨ଜଣଙ୍କ ମଧ୍ୟରୁ ଜଣେ ୬୦ବର୍ଷର ମହିଳା ଓ ଜଣେ ୩୪ବର୍ଷର ପୁରୁଷ ରହିଛନ୍ତି। ପୁରୁଷ ଜଣକ କିଛିଦିନ ତଳେ ହାଇଦ୍ରାବାଦରୁ ଫେରିଥିବା ବେଳେ ମହିଳା ନିକଟରେ ଜଣେ କରୋନା ସଂକ୍ରମିତ ରୋଗୀଙ୍କ ସଂସ୍ପର୍ଶରେ ଆସିଥିଲେ।

publive-image The Financial Express

ଘରୋଇ ସଙ୍ଗରୋଧ କେନ୍ଦ୍ରରୁ ଚିହ୍ନଟ ହୋଇଥିବା ୪୬ବର୍ଷର ପୁରୁଷ ସିଡିଏ ସେକ୍ଟର-୬ ଅଞ୍ଚଳରେ ବସବାସ କରନ୍ତି। ସେ କିଛିଦିନ ତଳେ ଚେନ୍ନାଇରୁ ଫେରିଥିଲେ। ସେହିପରି ଓଡ଼ିଆ ବଜାର ସୂତାହାଟରୁ ଜଣେ ୩୬ବର୍ଷର ପୁରୁଷଙ୍କ କୋଭିଡ-୧୯ ପରୀକ୍ଷା ରିପୋର୍ଟ ପଜିଟିଭ ଆସିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe