A plate filled with marijuana is kept for sale during the Shivaratri festival at the premises of Pashupatinath Temple in Kathmandu, Nepal, March 7, 2016. Hindu holy men from Nepal and India come to this temple to take part in the Maha Shivaratri festival. Celebrated by Hindu devotees all over the world, Shivaratri is dedicated to Lord Shiva, and holy men mark the occasion by praying, smoking marijuana or smearing their bodies with ashes. REUTERS/Navesh Chitrakar - RTS9L7P
ଫୁଲବାଣୀ: ଆଜି ସକାଳେ କନ୍ଧମାଳ ଜିଲ୍ଲା ଗୋଛାପଡ଼ା ଥାନା ଅନ୍ତର୍ଗତ ଗଦିପଦର ଗ୍ରାମରେ ଅବକାରୀ ବିଭାଗ ଷଣ୍ଢ ଦିଗଲ ଓ କାନ୍ଦିରି ଦିଗଲଙ୍କ ଘରେ ଚଢ଼ାଉ କରି ଏକ କ୍ୟୁଣ୍ଟାଲ ୬୮ କେଜି ଗଞ୍ଜେଇ ଜବତ କରିଛନ୍ତି। ଜବତ ଗଞ୍ଜେଇର ମୂଲ୍ୟ ପ୍ରାୟ ୫ ଲକ୍ଷ ଟଙ୍କା ହେବ।
ଅବକାରୀ ଇନସପେକ୍ଟର ଉମାଶଙ୍କର ପ୍ରଧାନ ଓ ସବ୍ ଇନ୍ସପେକ୍ଟର ପ୍ରକାଶ ଶା ଅଭିଯୁକ୍ତ ଦୁଇ ଜଣଙ୍କୁ ଗିରଫ କରି ସେମାନଙ୍କ ଘରେ ବିଭିନ୍ନ ବସ୍ତାରେ ବନ୍ଧା ଯାଇ ରଖାଯାଇଥିବା ବିପୁଳ ପରିମାଣର ଗଞ୍ଜେଇକୁ ଜବତ କରିଛନ୍ତି।
Follow Us