ପୋଖରୀକୁ ଗାଧୋଇବାକୁ ଯାଇ ପାଣିରେ ବୁଡ଼ି ଯୁବକ ମୃତ

ପୋଖରୀକୁ ଗାଧୋଇବାକୁ ଯାଇ ପାଣିରେ ବୁଡ଼ି ଯୁବକ ମୃତ

ବିନିକା: ମଙ୍ଗଳବାର ସନ୍ଧ୍ୟାରେ ସୁବର୍ଣ୍ଣପୁର ଜିଲ୍ଲାର ବିନିକା ଥାନା ଗୁଲୁଣ୍ଡା କଲୋନୀ ପଡାରେ ଘଟିଯାଇଛି ଏକ ଅଭାବନୀୟ ଘଟଣା। ପୋଖରୀକୁ ଗାଧୋଇବା ଯାଇ ପାଣି ଭିତରେ ବୁଡ଼ି ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ମୃତ ଯୁବକ ଜଣକ ହେଉଛନ୍ତି ଯୁଧିଷ୍ଠିର ସୁରୁଜାଲ୍‌। ତାଙ୍କୁ ୩୦ ବର୍ଷ ବୟସ। ତାଙ୍କ ମୃତ୍ୟୁ ପରେ ଯୁଧିଷ୍ଠିରଙ୍କ ବଡ଼ ଭାଇ ନନ୍ଦି ସୁରୁଜାଲ ବିନିକା ଥାନାରେ ଏକ ଲିଖିତ ଅଭିଯୋଗ କରିଛନ୍ତି।

ନନ୍ଦି ସୁରୁଜାଲ ବିନିକା ଥାନାରେ କରିଥିବା ଅଭିଯୋଗ ଅନୁସାରେ ତାଙ୍କ ସାନ ଭାଇ ଯୁଧିଷ୍ଠିର ସୁରୁଜାଲ ଗତକାଲି ସନ୍ଧ୍ୟାରେ ସ୍ଥାନୀୟ ହିରାସାଗର ପୋଖରୀକୁ ଗାଧୋଇବା ଯାଇଥିଲେ। ଗାଧୋଇବା ସମୟରେ ଗୋଡ଼ ଖସିଯିବାରୁ ପାଣିରେ ବୁଡି ଯାଇଥିଲେ। ପରିବାର ଲୋକ ପୋଖରୀରୁ ଯୁଧିଷ୍ଠିରଙ୍କୁ ଉଦ୍ଧାର କରି ୧୦୮ ଯୋଗେ ବିନିକା ଡାକ୍ତରଖାନାକୁ ଆଣିଥିଲେ। ଡାକ୍ତର ଚିକିତ୍ସାଧୀନ ଅବସ୍ଥାରେ ଯୁଧିଷ୍ଠିରଙ୍କୁ ମୃତ ଘୋଷଣା କରିଥିଲେ।

publive-image

ବିନିକା ପୁଲିସ ଖବରପାଇ ଡାକ୍ତର ଖାନାରେ ମୃତଦେହକୁ ଶବକୁ ଜବତ କରିଛି। ଆଜି ମୃତଦେହ ବ୍ୟବଚ୍ଛେଦ କରାଯିବ। ଏନେଇ ବିନିକା ଥାନାରେ ଏକ ଅପମୃତ୍ୟୁ ମାମଲା ରୁଜୁ କରି ପୁଲିସ ଅଧିକ ତଦନ୍ତ ଜାରି ରଖିଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe