କାର ଦୁର୍ଘଟଣାରେ ଜଣେ ମୃତ, ୨ ଗୁରୁତର

Advertisment
ଦୁର୍ଘଟଣା ନେଲା ୮ ଜୀବନ: ସ୍କୁଟି-ବାଇକ୍ ମୁହାଁମୁହିଁ, ୪ ମୃତ

ଧର୍ମଶାଳା: ଧର୍ମଶାଳା ଥାନା ୧୬ନମ୍ବର ଜାତୀୟ ରାଜପଥର ରଥିଆ ଛକ ନିକଟରେ ଏକ କାର୍ ଦୁର୍ଘଟଣାରେ ଜଣେ ଯୁବକଙ୍କ ମୃତ୍ୟୁ ହୋଇଛି। ୨ଜଣ ଗୁରୁତର ହୋଇଛନ୍ତି। ମୃତକ ହେଉଛନ୍ତି ଥାନୁଆଳ ପଞ୍ଚାୟତ ଝାରଶୋଳ ଗ୍ରାମର ସତ୍ୟପ୍ରକାଶ ଦୋରା (୨୪) ଏବଂ ଆହତଦ୍ବୟ ଦିଲୀପ ଦେହୁରୀ(୨୨) ଓ ଆଦିତ୍ୟ ରାୟ(୨୮)। ଏହି ୩ ଜଣ ଯୁବକ ଆଜି ଅପରାହ୍‌ଣରେ ଏକ କାର୍ (ଓଡି୦୨ବି ୩୯୪୫)ରେ ଚଣ୍ତିଖୋଲ ପଟୁ ଜାରକା ଆସୁଥିଲେ। କାର୍‌ଟି ଭାରସାମ୍ୟ ହରାଇ ଡିଭାଇଡର ଓ ସିସିଟିଭି କ୍ୟାମେରା ଲାଗିଥିବା ଖୁଣ୍ଟରେ ପିଟି ହୋଇ ଯାଇଥିଲା। ସ୍ଥାନୀୟ ଲୋକେ ଏମାନଙ୍କୁ ଉଦ୍ଧାର କରି ଧର୍ମଶାଳା ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ସେଠାରେ ସତ୍ୟପ୍ରକାଶଙ୍କୁ ମୃତ ଘୋଷଣା କରାଯାଇଥିଲା। ଆହତଦ୍ବୟଙ୍କୁ କଟକ ବଡ଼ଡାକ୍ତରଖାନା ସ୍ଥାନାନ୍ତର କରାଯାଇଛି। ମୃତଦେହ ଓ ଦୁର୍ଘଟଣାଗ୍ରସ୍ତ ଗାଡ଼ିକୁ ପୁଲିସ ଜବତ କରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe