ଧାନଖଳାରେ ଅଗ୍ନିକାଣ୍ଡ; ଜଣେ ଜୀବନ୍ତ ଦଗ୍ଧ, ୩ ଗୁରୁତର

Advertisment
ସମ୍ପତ୍ତି ଲୋଭରେ ପୁଅକୁ ଜାଳିଲା ବାପା

iDiva

ରାଜନଗର: କେନ୍ଦ୍ରାପଡ଼ା ଜିଲ୍ଲାର ରାଜନଗର ବ୍ଲକ ସାତଭାୟାର ଅଡାସାଲରେ ଧାନଖଳାରେ ଭୟାବହ ଅଗ୍ନିକାଣ୍ଡ ଘଟି ୩ ବର୍ଷର ଶିଶୁକନ୍ୟା ଜୀବନ୍ତ ଦଗ୍ଧ ହୋଇଛି। ଶିଶୁକନ୍ୟାର ବାପା, ମାଆ ଓ ଭଉଣୀଙ୍କୁ ଅର୍ଧଦଗ୍ଧ ଅବସ୍ଥାରେ କଟକ ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଛି। ଓକିଲପାଳ ଗ୍ରାମର ରମାକାନ୍ତ ସାଉଁତି ଅଡାସାଲରେ ଧାନ ଚାଷ କରନ୍ତି। ଧାନ ଖଳା ନିକଟରେ ପରିବାର ସହ ରହୁଥିଲେ। ଗତକାଲି ବିଳମ୍ବିତ ରାତିରେ ପଲାରେ ୩ ବର୍ଷର ଝିଅ କୃଷ୍ଣା ଓ ୧୦ ବର୍ଷୀୟ ଝିଅ କାବେରୀ ଶୋଇଥିଲେ। ଷଣ୍ଢ ଧାନ ଖାଇବାରୁ ରମାକାନ୍ତ ଓ ତାଙ୍କ ପତ୍ନୀ କୁନିଲତା ଷଣ୍ଢ ଗୋଡ଼ାଇବାକୁ ଯାଇଥିଲେ। ହଠାତ ପଲାରେ ନିଆଁ ଦେଖି ଆସି ନିଆଁ ଭିତରକୁ ପଶି କାବେରୀକୁ ଉଦ୍ଧାର କରିଥିଲେ।

ମାତ୍ର ସେତେବେଳକୁ କୃଷ୍ଣା ପୋଡ଼ି ଯାଇଥିଲା। ଝିଅକୁ ଉଦ୍ଧାର କରିବାକୁ ଯାଇ ରମାକାନ୍ତ, ପତ୍ନୀ କୁନିଲତାଙ୍କ ଶରୀରର ଅଧିକାଂଶ ସ୍ଥାନ ପୋଡ଼ିଯାଇଛି। ବାଉଁଶଗଡ଼ ନଦୀ ସେପଟେ ଘଟଣା ଘଟିଥିବାରୁ ସ୍ଥାନୀୟ ଲୋକେ ଗୁରୁତର ୩ ଜଣକୁ ଉଦ୍ଧାର କରି ନଦୀ ପାର କରି ଆଣିବାକୁ ୨ ଘଣ୍ଟା ସମୟ ଲାଗିଥିଲା। ଗୁରୁତରଙ୍କୁ ପ୍ରଥମେ ରାଜନଗର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଓ ପରେ କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe