୧ ଲକ୍ଷ ୨୦ ହଜାର ଲୁଟି ନେଲେ ଦୁର୍ବୃତ୍ତ

Advertisment
ଲୁଟେରାଙ୍କ ଟାର୍ଗେଟରେ ପୂଜା ମଣ୍ଡପ: ଦିନକରେ ୫୦ରୁ ଅଧିକ ଲୁଟ୍‌

(Representational immage) )Times of India

ମ.ରାମପୁର: କଳାହାଣ୍ଡି ଜିଲ୍ଲା ମ.ରାମପୁର ଥାନା ଚଞ୍ଚରା ନିକଟରେ ଆଜି ଦିନ ଦ୍ବିପହରରେ ଲୁଟ୍‌ ହୋଇଥିବା ନେଇ ଥାନାରେ ଅଭିଯୋଗ ହୋଇଛି। ପୁଲିସ ସୂତ୍ରରୁ ପ୍ରକାଶ ମ.ରାମପୁର ବ୍ଲକ୍‌ ଗୋବିନ୍ଦପୁର ଗ୍ରାମର ଭୂପିନ୍ଦ୍ର ରଣା ଆଜି ସକାଳେ ଏସ୍‌ବିଆଇରୁ ୩ ଲକ୍ଷ ଉଠାଇଥିଲେ। ସେଥିରୁ ସେ ୧ ଲକ୍ଷ ୮୦ ହଜାର ଟଙ୍କା ଏଟିଏମ୍‌ରେ ଭର୍ତ୍ତି କରିଥିଲେ।

ବାକି ୧ ଲକ୍ଷ ୨୦ ହଜାର ଟଙ୍କା ଧରି ବାଇକ୍‌ରେ ମଦନପୁର ଦେଇ ଘରକୁ ଫେରୁଥିବା ବେଳେ ଚଞ୍ଚରା ନିକଟରେ ତିନି ଜଣ ଦୁର୍ବୃତ୍ତ ଏକ ବାଇକ୍‌ରେ ଆସି ତାଙ୍କଠାରୁ ୧ ଲକ୍ଷ ୨୦ ହଜାର ଟଙ୍କା ଲୁଟ୍‌ କରି ଫେରାର୍‌ ହୋଇଯାଇଥିଲେ। ଏ ନେଇ ଭୂପିନ୍ଦ୍ର ମ.ରାମପୁର ଥାନାରେ ଅଭିଯୋଗ କରିବା ପରେ ପୁଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଥିବା ଜଣାପଡ଼ିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe