ବାଇକ‌ ଡିକିରୁ ୧ ଲକ୍ଷ ୨୩ ହଜାର ଟଙ୍କା ଲୁଟ୍‌

Advertisment
ଝାରସୁଗୁଡ଼ା: ଜାତୀୟ ରାଜପଥରେ ପୁଣି ଲୁଟ୍‌ ଅଭିଯୋଗ

Sambad

ତୁଷୁରା: ବଲାଙ୍ଗୀର ଜିଲ୍ଲା ତୁଷୁରା ଥାନା ସମରା ଗ୍ରାମର କୁଳମଣି କୁମ୍ଭାରଙ୍କ ବାଇକ୍‌ ଡିକିରୁ ଶୁକ୍ରବାର ୧ଲକ୍ଷ ୨୩ ହଜାର ଟଙ୍କା ଚୋରି ହୋଇଛି। ଏନେଇ ସେ ତୁଷରା ଥାନାରେ ଅଭିଯୋଗ କରିଛନ୍ତି। ପୁଲିସ ସୂତ୍ରରୁ ପ୍ରକାଶ ଯେ, କୁଳମଣି ଶୁକ୍ରବାର ଦିନ ୧୧ଟାରେ ସ୍ଥାନୀୟ ୟୁନିୟନ୍‌ ବ୍ୟାଙ୍କ ଶାଖାରୁ ୧ ଲକ୍ଷ ୨୩ ହଜାର ଟଙ୍କା ବାହାର କରି ଚେକ୍‌ବୁକ୍‌ ସହ ଉକ୍ତ ଟଙ୍କା ତାଙ୍କ ବାଇକ୍‌ (ଓଡି ୦୩କେ ୪୮୦୪)ର ଡିକିରେ ରଖିଥିଲେ।

ଏହାପରେ ସେ ବ୍ୟକ୍ତିଗତ କାମ ପାଇଁ ତହସିଲ କାର୍ଯ୍ୟାଳୟକୁ ଯାଇ ଗାଡ଼ି ବାହାରେ ରଖି ଭିତରକୁ ପଶିଥିଲେ। ୧୫ ମିନିଟ ପରେ କାମ ସାରି ବାଇକ୍‌ରେ ଘରକୁ ଫେରିଥିଲେ। ଡିକିରୁ ଟଙ୍କା ବାହାର କରିବା ବେଳେ ତାହା ଲକ୍‌ଥାଇ ସେଥୁରୁ ଚେକ୍‌ବୁକ୍‌ ସହ ଟଙ୍କା ଗାଏବ ଥିବା ଜାଣିବାକୁ ପାଇଥିଲେ। ତୁଷୁରା ଥାନା ପୁଲିସ ଏକ ମାମଲା ରୁଜୁକରି ଅଧିକ ତଦନ୍ତ କରୁଛି ବୋଲି ଥାନାଧିକାରୀ ଯଶୋବନ୍ତ ପ୍ରଧାନୀ ସୂଚନା ଦେଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe