ନାବାଳିକାକୁ ଅସଦାଚରଣ, ଦୋଷୀକୁ ବର୍ଷେ ଜେଲ୍‌

କାମ୍ବୋଡିଆରେ ବନ୍ଧକଥିବା ଭାରତୀୟଙ୍କ ବିଦ୍ରୋହ, ଗିରଫ କଲା ସ୍ଥାନୀୟ ପୁଲିସ୍

କେନ୍ଦୁଝର: କେନ୍ଦୁଝର ଫାଷ୍ଟଟ୍ରାକ୍ କୋର୍ଟ ବିଚାରପତି ବିଜୟ କୁମାର ମିଶ୍ର ଏକ ନାବାଳିକା ଅସଦାଚରଣ ମାମଲାର ବିଚାର କରି ଦୋଷୀ ତୁରୁମୁଙ୍ଗା ଥାନା କଣ୍ଟିଆପଡ଼ା ଗ୍ରାମର ଯୋଗେଶ୍ୱର ନାଏକ (୨୧)କୁ ବର୍ଷେ ଜେଲ‌୍ ଦଣ୍ଡ ସହ ୨ ହଜାର ଟଙ୍କା ଜରିମାନା କରିଛନ୍ତି। ଜରିମାନା ଅନାଦାୟ ଅଧିକ ୨ ମାସ ଜେଲ୍‌। ୨୦୧୬ ମାର୍ଚ୍ଚ ୨୨ ତାରିଖ ସନ୍ଧ୍ୟାରେ ନାବାଳିକାଙ୍କ ମିକ୍ସଚର୍‌ ଦେବ କହି ଏକ ନିର୍ଜନ ସ୍ଥାନକୁ ଡାକି ନେଇଥିଲା ଯୋଗେଶ୍ବର। ସେଠାରେ ତାଙ୍କୁ ଦୁଷ୍କର୍ମ ଉଦ୍ୟମ କରିବା ବେଳେ ନାବାଳିକା ଜଣକ ଖସି ଆସି ପରିବାର ଲୋକଙ୍କୁ ଜଣାଇଥିଲା। ଏନେଇ ନାବାଳିକାଙ୍କ ମା’ ତୁରୁମୁଙ୍ଗା ଥାନାରେ ଥାନାରେ ଅଭିଯୋଗ କରିବା ପରେ ପୁଲିସ କେସ୍‌ ନମ୍ବର ୨୮/୨୦୧୬ରେ ଏକ ମାମଲା ରୁଜୁ କରି ଅଭିଯୁକ୍ତକୁ କୋର୍ଟଚାଲାଣ କରିଥିଲା।

କେନ୍ଦୁଝର ଫାଷ୍ଟଟ୍ରାକ୍ କୋର୍ଟ ବିଚାରପତି ବିଜୟ କୁମାର ମିଶ୍ର ସାକ୍ଷୀଙ୍କ ବୟାନକୁ ଭିତ୍ତି କରି ଦୋଷୀକୁ ଉପରୋକ୍ତ ଦଣ୍ଡାଦେଶ ଦେଇଛନ୍ତି। ସରକାରଙ୍କ ତରଫରୁ ସ୍ୱତନ୍ତ୍ର ପିପି ଜ୍ଞାନେନ୍ଦ୍ରନାଥ ଜେନା ମାମଲା ପରିଚାଳନା କରୁଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe