ବାଲି-ମୋରମ ଚୋରା ଚାଲାଣ: ୧୧ ଗାଡ଼ି ଚାଳକ ଗିରଫ, ଜେସିବି ଓ ୧୦ ଟ୍ରାକ୍ଟର ଜବତ 

ବାଲି-ମୋରମ ଚୋରା ଚାଲାଣ: ୧୧ ଗାଡ଼ି ଚାଳକ ଗିରଫ, ଜେସିବି ଓ ୧୦ ଟ୍ରାକ୍ଟର ଜବତ 

ରିଆମାଳ: ଦେବଗଡ଼ ଜିଲ୍ଲା ରିଆମାଳ ଓ କୁଣ୍ଢେଇଗୋଳା ପୁଲିସ ପକ୍ଷରୁ ଚଢ଼ଉ କରାଯାଇ ରବିବାର ବେଆଇନ ଭାବେ ବାଲି ଓ ମୋରମ ଚୋରା ଚାଲାଣ କରୁଥିବା ଅଭିଯୋଗରେ ଗୋଟିଏ  ଜେସିବି ଓ ୧୦ ଟ୍ରାକ୍ଟରକୁ ଜବତ କରାଯାଇଥିବା ବେଳେ ୧୧ ଗାଡ଼ି ଚାଳକଙ୍କୁ ଗିରଫ କରାଯାଇଛି। ସୂଚନା ଅନୁଯାୟୀ ରିଆମାଳ ବ୍ଲକର ବିଭିନ୍ନ ସ୍ଥାନରେ ବେଆଇନ ଭାବେ ବାଲି, ମୋରମ ଚୋରା ଚାଲାଣ ହେଉଥିବା ଅଭିଯୋଗ ହୋଇ ଆସୁଥିଲା। ମାତ୍ର ଚୋରା ଚାଲାଣକାରୀମାନେ ପୁଲିସ ଓ ତହସିଲ ପ୍ରଶାସନକୁ ଚକ୍‌ମା ଦେଇ ଫେରାର ମାରୁଥିଲେ। ରିଆମାଳ ଥାନା ଅନ୍ତର୍ଗତ ତାରଙ୍ଗ ପଞ୍ଚାୟତ ଜରିପାଳ ଗ୍ରାମରେ ମୋରମ୍ ଚୋରା ଚାଲାଣ ହେଉଥିବା ଖବର ପାଇ ରିଆମାଳ ଥାନା ଅଧିକାରୀ ପ୍ରଦୀପ କୁମାର କେରକେଟା ସଦଳବଳେ ଘଟଣାସ୍ଥଳରେ ପହଞ୍ଚି ଚଢ଼ଉ କରିଥିଲେ। ଘଟଣାସ୍ଥଳରୁ ଗୋଟିଏ ଜେସିବି,  ୪ ଟ୍ରାକ୍ଟର ଜବତ କରିଥିଲେ ଓ ୫ ଗାଡ଼ି ଚାଳକଙ୍କୁ ଗିରଫ କରିଛନ୍ତି। ସେହିପରି କୁଣ୍ଢେଇଗୋଳା ଥାନା ଅନ୍ତର୍ଗତ ତାଳକୁଦର ବାଲି ଘାଟରେ କୁଣ୍ଢେଇଗୋଳା ଥାନା ଅଧିକାରୀ ନିରୁପମା ଜେନା ଚଢ଼ଉ କରି ୬ ଟ୍ରାକ୍ଟର ଜବତ କରାଯାଇଥିବା ବେଳେ ୬ ଗାଡି ଚାଳକଙ୍କୁ ଗିରଫ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe