ମେଲଛାମୁଣ୍ତା: ବରଗଡ଼ ଜିଲ୍ଲା ମେଲଛାମୁଣ୍ତା ବ୍ଲକ ଅର୍ନ୍ତଗତ ସମାରପାଲି ଓ ନୂଆଁପାଲି ମଝିରେ ଏକ ଦଶ ଫୁଟିଆ ଅଜଗର ରାସ୍ତା ପାରି ହେଉଥିବା ବେଳେ ସମାରପାଲି ଗ୍ରାମର କିଛି ଯୁବକ ଦେଖିବାକୁ ପାଇଥିଲେ। ସାପଟିକୁ ଉଦ୍ଧାର କରି ଯୁବକମାନେ ଘେଁସ ରେଂଜ ଦୀପ୍ତିପୁର ସେକ୍ସନ ବନ ବିଭାଗ କର୍ମଚାରୀଙ୍କୁ ହସ୍ତାନ୍ତର କରିଛନ୍ତି। ବନ କର୍ମଚାରୀ ସାପଟିକୁ ଜଙ୍ଗଲକୁ ନେଇ ସୁରକ୍ଷିତ ଅବସ୍ଥାରେ ଛାଡିଛନ୍ତି। ସାପଟିକୁ ହସ୍ତାନ୍ତର କରିବାରେ ସମାରପାଲି ଗ୍ରାମର ସ୍ବେଚ୍ଛାସେବୀ ଗହଲ ମହାନନ୍ଦ, ସୁବାକର ତାଣ୍ତି, ନେପାଲ ତାଣ୍ତି, ଲଲିତ ବେହେରା, ଗୁଲଠୁ ମହାନନ୍ଦ, ରାକେଶ ମହାନନ୍ଦ ପ୍ରମୁଖ ସହଯୋଗ କରିଥିଲେ।
ଦଶ ଫୁଟିଆ ଅଜଗର ଉଦ୍ଧାର
Advertisment
Follow Us