୧୦ ଗ୍ରାମ ବ୍ରାଉନସୁଗାର ଜବତ, ଜଣେ ଗିରଫ

Advertisment
୧୦ ଗ୍ରାମ ବ୍ରାଉନସୁଗାର ଜବତ, ଜଣେ ଗିରଫ

Representational image

ବୋଲଗଡ଼: ଖୋର୍ଦ୍ଧା ଜିଲ୍ଲା ବୋଲଗଡ଼ ଥାନା ପୁଲିସ ସ୍ଥାନୀୟ ଅଞ୍ଚଳ ର ମାଣିକାଗୋଡ଼ା ଗ୍ରାମରେ ଖବର ପାଇ ଅଚାନକ ଚଢ଼ାଉ କରି ସେହି ଗ୍ରାମର ଜନୈକ ବ୍ୟକ୍ତି ଙ୍କ ଠାରୁ ୧୦ ଗ୍ରାମ ବ୍ରାଉନସୁଗାର ଜବତ କରିବା ସହିତ ତାଙ୍କୁ ବୁଧବାର ଗିରଫ କରି ଖୋର୍ଦ୍ଧା କୋର୍ଟକୁ ଚାଲାଣ କରିଛି।

ଥାନା ଆଇଆଇସି ସ୍ନିଗ୍ଧାମୟୀ ବରାଳଙ୍କ ଠାରୁ ମିଳିଥିବା ସୂଚନା ଅନୁସାରେ ବିଶେଷସୂତ୍ରରୁ ଖବର ପାଇ ବୋଲଗଡ ଥାନା ପୁଲିସ ସଦଳବଳେ ସେହି ମାଣିକାଗୋଡ଼ା ଗ୍ରାମର ଶ୍ୟାମ ସୁଦିନ ଖାଁଙ୍କ ପୁଅ ନାଲୁ ଉଦିନ ଖାଁ (୪୪)ଙ୍କୁ ବ୍ରାଉନ ସୁଗାର କାରବାରରେ ଗିରଫ କରିଥିଲେ। ତାଙ୍କଠାରୁ ୧୦ ଗ୍ରାମ ବ୍ରାଉନସୁଗାର ଜବତ ହୋଇଥିଲା, ଯାହାର ଆନୁମାନିକମୂଲ୍ୟ ଏକ ଲକ୍ଷ ଟଙ୍କାରୁ ଉର୍ଦ୍ଧ ହେବ। ତାଙ୍କୁ ବୁଧବାର ଦିନ ବୋଲଗଡ ଥାନାରେ ମାମଲା ରୁଜୁ କରାଯାଇ ଗିରଫ କରାଯାଇ ଖୋର୍ଦ୍ଧା କୋର୍ଟ କୁ ଚାଲାଣ କରାଯାଇଛି। ଏହି ଚଢ଼ାଉର ନେତୃତ୍ୱ ନେଇଥିଲେ ବୋଲଗଡ ଥାନା ଏସଆଇ ଲିଲି ପାଢ଼ୀ, ପ୍ରମୋଦ କୁମାର ନାୟକ, ଏଏସ ଆଇ ପ୍ରସନ୍ନ କୁମାର ଦଳାଇ, କନେଷ୍ଟବଳ ଦେବିପ୍ରସାଦ ରଥ, ସରିଫ ଖାଁ ପ୍ରମୁଖ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe