ଭଞ୍ଜନଗର: ଗଂଜାମ ଜିଲ୍ଲା ଭଞ୍ଜନଗର ବ୍ଳକ ଅଧୀନ ତୁରୁମ ପଞ୍ଚାୟତର ବେରୁଆଁବାଡ଼ି ଗ୍ରାମରେ ଆଜି ରାତିରେ ଅଗ୍ନିକାଣ୍ଡ ଘଟି ୪ ପରିବାରର ପ୍ରାୟ ୧୦ ବଖରା ଘର ଜଳପୋଡି ପାଉଁଶ ହୋଇଯାଇଛି। ଗ୍ରାମର ସନ୍ତୋଷ ଗୌଡ଼,ସୁଶାନ୍ତ ଗୌଡ଼,ପଞ୍ଚୁ ଗୌଡ଼ ଓ ଅରୁଣ ଗୌଡ଼ଙ୍କ ଘର ଜଳି ଯାଇଥିବା ଜଣାପଡିଛି। ଅଗ୍ନିକାଣ୍ଡର ପ୍ରକୃତ କାରଣ ଜଣାପଡିନଥିବା ବେଳେ ରୋଷେଇ ଘରର ଚୂଲି ନିଆଁରୁ କିମ୍ବା ସର୍ଟ ସର୍କିଟରୁ ଏଭଳି କାଣ୍ଡ ଘଟିଥିବା ଅନୁମାନ କରାଯାଉଛି। ଅଗ୍ନିକାଣ୍ଡରେ ଘରର ସମସ୍ତ ଆସବାବପତ୍ର ସହ ବହୁ ମୂଲ୍ୟବାନ ଜିନିଷ ଜଳିପୋଡି ନଷ୍ଟ ହୋଇ ଯାଇଥିବା ଜଣାପଡିଛି। ଖବର ପାଇ ଭଞ୍ଜନଗର ଅଗ୍ନିଶମ ବାହିନୀ ଘଟଣା ସ୍ଥଳରେ ପହଞ୍ଚି ନିଆଁ କୁ ଆୟତ୍ତ କରିବାକୁ ପ୍ରୟାସ ଜାରି ରଖିଛନ୍ତି। ଉକ୍ତ ପରିବାର ଗରିବ ଶ୍ରେଣୀର ହୋଇଥିବାରୁ ସରକାରୀ ସହାୟତା ପ୍ରଦାନ କରିବା ସହ ଉପଯୁକ୍ତ ଥାଇଥାନ କରିବା ପାଇଁ ସ୍ଥାନୀୟ ଲୋକେ ନିବେଦନ କରିଛନ୍ତି ।
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
{{#pages}}
{{/pages}}
Follow Us