ସମ୍ବଲପୁର: ନାଇଟ୍‌ କୋଚ୍‌ ବସ ଓଲଟି ୧୦ ଆହତ

ସମ୍ବଲପୁର: ନାଇଟ୍‌ କୋଚ୍‌ ବସ ଓଲଟି ୧୦ ଆହତ

ସମ୍ବଲପୁର: ଆଜି ଭୋର ସମୟରେ ଭୁବନେଶ୍ୱରୁ ଝାରସୁଗୁଡ଼ାରର ଇବ୍‌ ଥର୍ମାଲକୁ ଯାଉଥିବା ସୁଶୀଲ ଟ୍ରାଭେଲ୍ସ ନାମକ ଏକ ଘରୋଇ ବସ ରେଢ଼ାଖୋଲ ନିକଟରେ ଭାରସାମ୍ୟ ହରାଇ ରାସ୍ତାକଡ଼କୁ ଓଲଟି ପଡ଼ିଛି। ଏହି ଦୁର୍ଘଟଣାରେ ବସରେ ଥିବା ୧୦ ଜଣ ଯାତ୍ରୀ ଅହତ ହୋଇଛନ୍ତି। ଆହତମାନଙ୍କୁ ଉଦ୍ଧାର କରାଯାଇ ବୁର୍ଲା ମେଡିକାଲରେ ଭର୍ତ୍ତି କରାଯାଇଛି।

ମିଳିଥିବା ସୂଚନା ଅନୁଯାୟୀ, ଆଜି ଓଆର୦୫ ୟୁ ୯୨୯୮ ନମ୍ବର ବିଶିଷ୍ଟ ସୁଶୀଲ ଟ୍ରାଭେଲ୍ସ ନାମକ ଘରୋଇ ବସଟି ଭୋର ପ୍ରାୟ ୩ଟାରୁ ୪ଟା ସମୟରେ ଇବ୍‌ ଥର୍ମାଲ ଅଭିମୁଖେ ଦୃତ ଗତିରେ ଯାଉଥିବା ବେଳେ ସମ୍ବଲପୁର ଜିଲ୍ଲା ରେଢ଼ାଖୋଲ ଥାନା ଅନ୍ତର୍ଗତ ବେତଗଡ଼ ଆମ୍ରବନ ଢ଼ାବା ନିକଟରେ ଭାରସାମ୍ୟ ହରାଇ ଓଲଟି ପଡ଼ିଥିଲା। ସେତେବେଳେ ବସରେ ଥିବା ଯାତ୍ରୀମାନଙ୍କ ମଧ୍ୟରୁ ୧୦ ଜଣଆହତ ହୋଇଛନ୍ତି। ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଆହତମାନଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ ଆମ୍ବୁଲାନ୍ସ ଯୋଗେ ବୁର୍ଲା ଡାକ୍ତରଖାନାକୁ ପଠାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe