ତୀର୍ଥଯାତ୍ରୀ ବସ୍ ଦୁର୍ଘଟଣା ଗ୍ରସ୍ତ: ୧୦ ଗୁରୁତର, ଜଣେ ମୃତ

Advertisment
ତୀର୍ଥଯାତ୍ରୀ ବସ୍ ଦୁର୍ଘଟଣା ଗ୍ରସ୍ତ: ୧୦ ଗୁରୁତର, ଜଣେ ମୃତ

ଭଦ୍ରକ: ଭଦ୍ରକର ୧୬ ନମ୍ବର ଜାତୀୟ ରାଜପଥର ଚିଙ୍ଗୁଡ଼ିପୁରଠାରେ ଏକ ତୀର୍ଥଯାତ୍ରୀ ବସକୁ ଧକ୍କା ଦେଲା ଟ୍ରଲର । ୧୬ ନମ୍ବର ଜାତୀୟ ରାଜପଥରେ ଏଇ ଦୁର୍ଘଟଣା ଘଟିଥିବାବେଳେ ବସରେ ଥିବା ୧୦ ଜଣ ଯାତ୍ରୀ ଗୁରୁତର ଭାବରେ ଆହତ ହୋଇଥିବା ବେଳେ ଟ୍ରଲର ଡ଼୍ରାଇଭରଙ୍କର ମୃତ୍ୟୁ ଘଟିଛି। ସୂଚନା ଅନୁଯାୟୀ ବସରେ ଆନ୍ଧ୍ରପ୍ରଦେଶର ଅଙ୍ଗୁର ଅଞ୍ଚଳର କିଛି ପର୍ଯ୍ୟଟକ ପ୍ରଥମେ ପୁରୀ ଆସି ଜଗନ୍ନାଥଙ୍କ ଦର୍ଶନ କରିଥିଲେ । ପରେ ସେମାନେ କାଶୀ ଅଭିମୁଖେ ଯାଉଥିବା ବେଳେ ଗୋଟିଏ ବସକୁ ପଛରୁ ଏକ ଟ୍ରଲର ଧକ୍କା ଦେଇଥିଲା । ଘଟଣାରେ ଟ୍ରଲର ଡ୍ରାଇଭରଙ୍କର ମୃତ୍ୟୁ ଘଟିଛି ।

ତୀର୍ଥଯାତ୍ରୀଙ୍କ ଭିତରୁ ୧୦ ଜଣ ଗୁରୁତର ହୋଇଛନ୍ତି । ସମସ୍ତଙ୍କୁ ଭଦ୍ରକ ମେଡିକାଲରେ ଭର୍ତ୍ତି କରାଯାଇଛି । ଜିଲ୍ଲାପାଳ ସିଦ୍ଧେଶ୍ୱର ବଳୀରାମ ବୋନ୍ଦାରଙ୍କ ସୂଚନା ଅନୁଯାୟୀ ତୀର୍ଥଯାତ୍ରୀଙ୍କର ଚିକିତ୍ସା ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା ହେଉଛି । ଗୁରୁତରଙ୍କ ପରିବାର ଲୋକଙ୍କୁ ଖବର ଦିଆଯାଇଛି । ତେବେ ଅନ୍ୟ ତୀର୍ଥଯାତ୍ରୀଙ୍କୁ ଗୋଟିଏ ପଡିଆରେ ରଖାଯାଇଛି । ଖାଦ୍ୟପେୟର ବ୍ୟବସ୍ଥା ହୋଇଛି । ଗୁରୁତରମାନଙ୍କ ପରିବାର ଲୋକଙ୍କୁ ଖବର ଦିଆଯାଇଛି। ପରିବାର ଲୋକ ଆସିବା ପରେ ସେମାନଙ୍କୁ ଏକ ସ୍ୱତନ୍ତ୍ର ବସରେ ସେମାନେ ଘରକୁ ପଠାଯିବ ବୋଲି କହିଛନ୍ତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe