୧୦ କିଲୋ ଗଞ୍ଜେଇ ଜବତ, ଜଣେ ଗିରଫ

୧୦ କିଲୋ ଗଞ୍ଜେଇ ଜବତ, ଜଣେ ଗିରଫ

Fox Business

ଧର୍ମଶାଳା/କଣ୍ଟିଗଡ଼ିଆ: ଯାଜପୁର ଏସ୍‌ପିଙ୍କ ସ୍ବତନ୍ତ୍ର ସ୍କ୍ବାଡ୍‌ ଆଜି ଧର୍ମଶାଳା ଥାନା ଅନ୍ତର୍ଗତ କଂଟିଗଡ଼ିଆରେ ଚଢ଼ଉ କରି ୧୦ କିଲୋରୁ ଅଧିକ ଗଞ୍ଜେଇ ଜବତ କରିବା ସହିତ ବେପାରୀ ସୁଶାନ୍ତ ରାଉତକୁ ଗିରଫ କରିଛି। ସୁଶାନ୍ତ କଣ୍ଟିଗଡ଼ିଆ ପାହାଡ଼ ପାଦଦେଶରେ ଥିବା ଘରେ ଗଞ୍ଜେଇ ବେପାର କରେ। ଖବରପାଇ ସ୍ବତନ୍ତ୍ର ପୁଲିସ୍‌ ସ୍କ୍ବାଡ୍‌ ଚଢ଼ଉ କରିଥିଲା। ଗିରଫ ସୁଶାନ୍ତକୁ ସ୍କ୍ବାଡ୍‌ ଧର୍ମଶାଳା ଥାନା ପୁଲିସ୍‌ ଜିମା ଦେଇଛି। ପୁଲିସ୍‌ ଏକ ମାମଲା ରୁଜୁ କରିବା ସହିତ ଆସନ୍ତାକାଲି ତାକୁ ଚଣ୍ତିଖୋଲ କୋର୍ଟଚାଲାଣ କରିବ ବୋଲି ସୂଚନା ଦେଇଛି।

ଗତବର୍ଷ ଡିସେମ୍ବର ୨୮ ତାରିଖରେ ଏହି ସ୍କ୍ବାଡ୍‌ ଗାନ୍ଧି ଛକରେ ଚଢ଼ଉ କରି ସୁଶାନ୍ତ ଓ ମାର୍ଶାଘାଇ ଅଞ୍ଚଳର ଗଞ୍ଜେଇ ବେପାରୀ ପ୍ରଭାତ କୁମାର ବେହେରାକୁ ଗିରଫ କରିବା ସହ ସେମାନଙ୍କ ନିକଟରୁ ୭ କିଲୋରୁ ଅଧିକ ଗଞ୍ଜେଇ, ବ୍ୟବହୃତ କାର୍, ବାଇକ୍, ମୋବାଇଲ ଓ ଟଙ୍କା ଜବତ କରିଥିଲା। ଏଥିରେ ସଂପୃକ୍ତ ସୁଶାନ୍ତର ପତ୍ନୀ ଖସି ଯାଇଥିଲା। ସେ କଣ୍ଟିଗଡ଼ିଆ ପଞ୍ଚାୟତର ଜଣେ ନାରୀନେତ୍ରୀ ବୋଲି ଜଣାପଡ଼ିଛି। ପୁଲିସ୍‌ ସୁଶାନ୍ତ ପତ୍ନୀଙ୍କୁ ମଧ୍ୟ ପଚରାଉଚରା କରୁଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe