ଫୁଲବାଣୀ: କନ୍ଧମାଳରେ ୧୦ ନୂଆ ପଜିଟିଭ୍ ଚିହ୍ନଟ ହୋଇଛି। ସଂକ୍ରମିତ ମଧ୍ୟରେ କେ.ନୂଆଗାଁ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରର ମେଡିକାଲ ଅଫିସର ଅଛନ୍ତି। ନୂଆ ୧୦ ସଂକ୍ରମିତ ମଧରୁ ଜି.ଉଦୟଗିରିରୁ ୩,ବାଲିଗୁଡାରୁ ୨ ଏବଂ ଦାରିଙ୍ଗବାଡି,ଫୁଲବାଣୀ,ତୁମୁଡିବନ୍ଧ ଓ ଫିରିଙ୍ଗିଆରୁ ଜଣେ ଲେଖାଏଁ ରହିଛନ୍ତି। ଆଜି ସୁଦ୍ଧା କନ୍ଧମାଳରେ କରୋନା ସଂକ୍ରମିତ ସଂଖ୍ୟା ୫୮୫୬ ରେ ପହଞ୍ଚିଛି।
ସେଥି ମଧ୍ୟରୁ ୫୭୫୫ ଜଣ ସୁସ୍ଥ ହେଲେଣି। କରୋନାରେ ୩୩ ଜଣଙ୍କ ମୃତ୍ୟୁ ହୋଇ ସାରିଛି। କରୋନା ପାଇଁ କୋଭିଡ ଟେଷ୍ଟିଂ ଜାରି ରହିଛି। ସ୍ବାସ୍ଥ୍ୟ,ଅଙ୍ଗନବାଡି ଓ ଆଶାକର୍ମୀ ଘରଘର ବୁଲି ଥର୍ମାଲ ସ୍ନାନିଂ କରିବା ସହ କୋଭିଡ ଟେଷ୍ଟି ଚଳାଇଛନ୍ତି।
Follow Us