The New Indian Express
ହୀରାକୁଦ: ହୀରାକୁଦର ରିକ୍ସାପଡ଼ା ଠାରେ ବସ୍ତିବାସିନ୍ଦା ଛାତ୍ରଛାତ୍ରୀମାନଙ୍କ ପାଇଁ ୧୦ ଟଙ୍କିଆ କୋଚିଂ ସେଣ୍ଟରର ଏକ ନୂତନ ଶାଖା ଆରମ୍ଭ କରାଯାଇଛି। ଶିକ୍ଷା ସଂଗଠକ ରାଜେନ୍ଦ୍ର ସତନାମୀ ଦ୍ୱାରା ପରିଚାଳିତ ଏବିସିଡି ଚାରିଟେବୁଲ ଟ୍ରଷ୍ଟର ଏହା ହେଉଛି ତୃତୀୟ ଶାଖା। ଏହା ଦ୍ୱାରା ବହୁ ବସ୍ତିବାସିନ୍ଦାଙ୍କ ଗରିବ ଛାତ୍ରଛାତ୍ରୀମାନେ ଉପକୃତ ହେଉଥିବା ଦେଖି ହୀରାକୁଦ ଠାରେ ଦୀପକ ବର୍ମା ଓ କାର୍ତ୍ତିକ କଲେତଙ୍କ ଉଦ୍ୟମରେ ଏହି କେନ୍ଦ୍ର ଖୋଲାଯାଇଛି।
ଏଥିରେ ସର୍ବମୋଟ ୨୩ ଜଣ ଗରିବ ଛାତ୍ରଛାତ୍ରୀ ଉପକୃତ ହେଉଛନ୍ତି। ଏହି ଛାତ୍ରଛାତ୍ରୀମାନେ ପ୍ରତିଦିନ ସନ୍ଧ୍ୟା ୫ଟାରୁ ସାଢ଼େ୬ଟା ପର୍ଯ୍ୟନ୍ତ ପାଠ ପଢ଼ିବେ। ଏହି ଅବସରରେ ଟ୍ରଷ୍ଟର ପ୍ରଧାନ ଶିକ୍ଷକ ସୁନୀଲ ସାଗର, ମୁକେଶ ମେହେର, ପୂଜା ଦାସ ସମେତ ବହୁ ଅଞ୍ଚଳବାସୀ ଉପସ୍ଥିତ ଥିଲେ। ମୁଖ୍ୟ ଅତିଥି ଭାବେ ବିଘ୍ନେଶ୍ୱର ପଣ୍ଡା ଯୋଗ ଦେଇଥିଲେ।
Follow Us