ପୁରୀ: ପୁରୀ ସହରର ଏକ ହୋଟେଲ ଭିତରେ ରେଭ ପାର୍ଟି ଚାଲିଥିବା ବେଳେ ପୁଲିସ ଚଢ଼ାଉ କରି ୧୦ ଜଣ ଯୁବତୀ ଓ ୧୨ ଜଣ ଯୁବକଙ୍କୁ ଧରି ଥାନାକୁ ଆଣିଛି। ଗୁରୁତ୍ୱପୂର୍ଣ୍ଣ ହେଉଛି , ଏହି ଚଢ଼ାଉ ସମୟରେ ଗଞ୍ଜାମ ଜିଲ୍ଲାର ଜଣେ ରାଜନେତାଙ୍କ ଭାଇ ଦୁଇ ଜଣ ଯୁବତୀଙ୍କ ସହିତ ଅସଞ୍ଜତ ଅବସ୍ଥାରେ ଥିବା ବେଳେ ପୁଲିସ ହାତରେ ଧରାପଡ଼ିଛନ୍ତି। ତେବେ ସେହି ରାଜନେତାଙ୍କ ଭାଇଙ୍କୁ ଛାଡ଼ି ଦେବା ପାଇଁ ପୁଲିସ ଉପରେ ପ୍ରବଳ ରାଜନୈତିକ ଚାପ ପଡ଼ୁଥିବାରୁ ପୁଲିସ ବର୍ତ୍ତମାନ ମାମଲାକୁ ଚପାଇବା ପାଇଁ ଉଦ୍ୟମ ଚଳାଇଛି।
ମିଳିଥିବା ସୂଚନା ଅନୁଯାୟୀ, ପୁରୀ ଜିଲ୍ଲା ପେଣ୍ଠକଟା ସାମୁଦ୍ରିକ ଥାନା ଅଞ୍ଚଳରେ ଏକ ପ୍ରତିଷ୍ଠିତ ହୋଟେଲରେ ଗତକାଲି ରାତିରେ ଚାଲିଥିଲା ରେଭ ପାର୍ଟି। ୨୦/୨୫ ଯୁବକ ଯୁବତୀ ନିଶାସକ୍ତ ଅବସ୍ଥାରେ ଅର୍ଦ୍ଧଉଲଗ୍ନ ହୋଇ ନୃତ୍ୟ କରୁଥିଲେ। ଏ ସମ୍ପର୍କରେ ସୂଚନା ପାଇ ପେଣ୍ଠକଟା ସାମୁଦ୍ରିକ ଥାନା ପୁଲିସ ସେଠାରେ ପହଞ୍ଚିଥିଲା। ଚଢ଼ାଉ ସମୟରେ ପୁଲିସ ୧୦ ଜଣ ଯୁବତୀ ଓ ୧୨ ଜଣ ଯୁବକଙ୍କୁ ଧରିଥିଲା। ତେବେ ଧରାପଡ଼ିଥିବା ଯୁବକମାନଙ୍କ ମଧ୍ୟରେ ଗଞ୍ଜାମ ଜିଲ୍ଲାର ଜଣେ ରାଜନେତାଙ୍କ ଭାଇ ଥିଲେ। ସେ ଏହି ରେଭ୍ ପାର୍ଟିର ଦୁଇଜଣ ଯୁବତୀଙ୍କ ସହିତ ଅସଞ୍ଜତ ଅବସ୍ଥାରେ ଏକ ରୁମ୍ରେ ଥିବା ବେଳେ ପୁଲିସ ତାଙ୍କୁ ମଧ୍ୟ ଧରିଥିଲା। ସମସ୍ତଙ୍କୁ ଧରି ଥାନାକୁ ଆଣିବା ପରେ ସେହି ଯୁବକ ଜଣକ ଶାସକ ବିଜେଡି ଦଳର ଜଣେ ଟାଣୁଆ ନେତାଙ୍କ ଭାଇ ବୋଲି ଜଣାପଡ଼ିଥିଲା। ବିଭିନ୍ନ ମହଲରୁ ପୁଲିସ ଉପରେ ଚାପ ପଡ଼ିବା ପରେ ଏବେ ପୁଲିସ ଘଟଣାକୁ ଚପାଇବା ପାଇଁ ଉଦ୍ୟମ ଚଳାଇଛି ବୋଲି ସହରରେ ଚର୍ଚ୍ଚା ହେଉଛି।
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
{{#pages}}
{{/pages}}
Follow Us