ଗଞ୍ଜେଇ ମାଫିଆକୁ ୧୦ ବର୍ଷ ଜେଲ୍ ଦଣ୍ଡାଦେଶ

Advertisment
ଘରେ ପଶି ଚୋରି ଘଟଣା: ପଡ଼ୋଶୀ ଯୁବକ ଜେଲ୍‌ ଗଲେ

www.google.com

ବୌଦ୍ଧ: ଏକ ଗଞ୍ଜେଇ ଚୋରାଚାଲାଣ ମାମଲାର ବିଚାର କରି ଅତିରିକ୍ତ ଜିଲ୍ଲା ଦୌରାଜଜ୍ ସରୋଜିନୀ ପତି ରାୟ ପ୍ରକାଶ କରିଛନ୍ତି। ପୋଡ଼ାଗୋଡ଼ା ଗ୍ରାମର ଅଭିଯୁକ୍ତ ପପୁଲୁ ସାହୁକୁ ୧୦ ବର୍ଷ ସଶ୍ରମ ଜେଲ୍ ଦଣ୍ଡ ସହ ୧ ଲକ୍ଷ ଟଙ୍କା ଜରିମାନା ଆଦାୟ ଆଦେଶ ଦେଇଛନ୍ତି। ଜରିମାନା ଅନାଦେୟ ଅତିରିକ୍ତ ୬ ମାସ ଜେଲ ବୃଦ୍ଧି ପାଇବ। ସୂଚନାଯୋଗ୍ୟ ଯେ, ଗତ ୧୦ ଜାନୁଆରୀ ୨୦୧୫ରେ ମନମୁଣ୍ଡା ଥାନା କିର୍ମାଖୋଲ ଅଞ୍ଚଳରୁ ଏକ ପିକ୍‌ଅପ୍‌ ଭ୍ୟାନରେ ବୌଦ୍ଧ ବ୍ରିଜ୍ ଛକଦେଇ ସମ୍ବଲପୁରକୁ ଗଞ୍ଜେଇ ଚୋରା ଚାଲାଣ ହେଉଥିବା ବୌଦ୍ଧ ପୁଲିସ ସୂଚନା ପାଇଥିଲା। ଫଳରେ ଏକ ପୁଲିସ ଟିମ୍ ୫୭ ନଂ. ଜାତୀୟ ରାଜପଥର ଜିଲ୍ଲା ମତ୍ସ୍ୟ ଅଧିକାରୀଙ୍କ ଅଫିସ ସମ୍ମୁଖରେ ଛକି ରହିଥିଲା। ସମ୍ପୃକ୍ତ ଭ୍ୟାନ୍(ଓଡି-୧୫-୭୯୯୮)କୁ ଅଟକାଇ ଯାଞ୍ଚ କରାଯିବାରେ ୬୦ କିଲୋ ଗଞ୍ଜେଇ ବୋଝେଇ ହୋଇଥିବା ଜଣାପଡ଼ିଥିଲା।

ଗଞ୍ଜେଇ ଓ ଭ୍ୟାନକୁ ଜବତ କରି ପୁଲିସ ଅଭିଯୁକ୍ତକୁ ଗିରଫ କରି କୋର୍ଟ ଚାଲାଣ କରିଥିଲା। ପରବର୍ତ୍ତୀ ସମୟରେ ମାମଲାଟି ଅତିରିକ୍ତ ଜିଲ୍ଲା ଦୌରାଜଜଙ୍କ କୋର୍ଟରେ ବିଚାର ହୋଇଥିଲା। ୧୩ଜଣ ସାକ୍ଷୀଙ୍କ ବୟାନକୁ ଭିତ୍ତିକରି କୋର୍ଟ ଅଭିଯୁକ୍ତକୁ ଦୋଷୀସାବ୍ୟସ୍ତ କରି ଦଣ୍ଡାଦେଶ ପ୍ରଦାନ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe