ମା’ ବଗଳାମୁଖୀଙ୍କ ଜନ୍ମୋତ୍ସବ ଉଦ୍‌ଯାପିତ, ଲାଗି ହେଲା ୧୦୦୮ ପ୍ରକାରର ଅନ୍ନଭୋଗ

Advertisment
ମା’ ବଗଳାମୁଖୀଙ୍କ ଜନ୍ମୋତ୍ସବ ଉଦ୍‌ଯାପିତ, ଲାଗି ହେଲା ୧୦୦୮ ପ୍ରକାରର ଅନ୍ନଭୋଗ
ବାଲେଶ୍ବର: ବାଲେଶ୍ୱର ସହର ଉପକଣ୍ଠ କୁରୁଡ଼ା ନିକଟସ୍ଥ ଶ୍ରୀଶ୍ରୀ ପୀତାମ୍ବରାସିଦ୍ଧ ମହାଶକ୍ତି ପୀଠରେ ୩ ଦିନ ଧରି ଚାଲିଥିବା ମା’ ବଗଳାମୁଖୀଙ୍କ ଜନ୍ମୋତ୍ସବ ଓ ସପ୍ତମ ବାର୍ଷିକୋତ୍ସବ ଆଜି ଉଦ୍‌ଯାପିତ ହୋଇଯାଇଛି। ଏହି ଅବସରରେ ମା’ଙ୍କୁ ୧୦୦୮ ପ୍ରକାରର ବ୍ୟଞ୍ଜନ ସମେତ ମିଷ୍ଟାନ୍ନ ଓ ଫଳମୂଳାଦି ପ୍ରସାଦ ଲାଗି କରାଯାଇଥିଲା। ଏହି ବିରଳ ପ୍ରସାଦ ଅର୍ପଣ ସେବା ଦର୍ଶନ କରିବାକୁ ଆଖପାଖ ଅଞ୍ଚଳରୁ ଭକ୍ତ ଓ ଶ୍ରଦ୍ଧାଳୁଙ୍କ ସମାଗମ ଦେଖାଯାଇଥିଲା। ତିନିଦିନ ଧରି ଭକ୍ତମାନଙ୍କ ନିମନ୍ତେ ସାମୂହିକ ପ୍ରସାଦ ସେବନ ବ୍ୟବସ୍ଥା କରାଯାଇଥିଲା ଅନ୍ତିମ ସଂନ୍ଧ୍ୟାର ମହାଯଜ୍ଞରେ ପୂର୍ଣ୍ଣାହୁତି ପ୍ରଦାନ କରାଯାଇଥିଲା। ଏହା ପରେ ଯଜ୍ଞମଣ୍ଡପରୁ ମା’ ମନ୍ଦିରକୁ ବିଜେ କରିବା ପରେ ମହାଆଳତୀ କରାଯାଇଥିଲା। ଶଙ୍ଖ, ହୁଳହୁଳି, ଘଂଟଘଂଟା, ମୃଦଙ୍ଗ ଧ୍ୱନିରେ ଆଖପାଖ ଅଞ୍ଚଳରେ ଆଧ୍ୟତ୍ମିକ ପରିବେଶ ସୃଷ୍ଟି ହୋଇଥିଲା। ଭକ୍ତମାନେ ଆହୋରାତ୍ର ଭଜନକୀର୍ତ୍ତନରେ ସାମିଲ ହୋଇଥିଲେ। ସିଦ୍ଧ ମହାଶକ୍ତି ପୀଠାଧୀଶାଚାର୍ଯ୍ୟ ରବିନାରାୟଣ ମିଶ୍ର ମହାରାଜଙ୍କ ପ୍ରତ୍ୟକ୍ଷ ତତ୍ତ୍ବାବଧାନରେ ଏ ସମସ୍ତ କାର୍ଯ୍ୟ ବିଧିପୂର୍ବକ ସମାପନ ହୋଇଥିବା ବେଳେ ପରିଚାଳନା କମିଟିର ସମସ୍ତ ସଦସ୍ୟ ସହଯୋଗ କରିଥିଲେ
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe