୧୦୧ କିଲୋ ଗଂଜେଇ ଜବତ,୨ ଗିରଫ

୧୦୧ କିଲୋ ଗଂଜେଇ ଜବତ,୨ ଗିରଫ

ମାଲକାନଗିରି : ମାଲକାନଗିରି ଥାନା ପକ୍ଷରୁ ଚଢାଉ କରାଯାଇ ୧୦୧ କିଲୋ ଗଂଜେଇ ଜବତ କରାଯିବା ସହ ୨ ଜଣ ଆସାମୀକୁ ଗିରଫ କରାଯାଇଛି ।

ପୁଲିସ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ବିଶେଷ ସୂତ୍ରରୁ ଖବରର ପାଇ ମାଲକାନଗିରି ଥାନା ଆଇଆଇସି ରାମ ପ୍ରସାଦ ନାଗ କୋରକୋଣ୍ଡା ବ୍ଲକ ଅନ୍ତର୍ଗତ ପୋଟ୍ରେଲ ଛକ ନିକଟରେ ଦୁଇ ଜଣ ବ୍ୟକ୍ତି ଗଂଜେଇ ବ୍ୟାଗ ଧରି ବାହାରକୁ ଯିବାକୁ ପ୍ରସ୍ତୁତ ହେଉଥିବାବେଳେ ପୁଲିସ ଚଢାଉ କରିଥିଲା । ଏହି ଚଢାଉରେ ଦୁଇ ଜଣ ଗଂଜେଇ ଚାଲାଣକାରୀଙ୍କୁ ଗିରଫ କରାଯିବା ସହ ୧୦୧ କିଲୋ ଗଂଜେଇକୁ ମଧ୍ୟ ଜବତ କରାଯାଇଛି ।ଗିରଫ ହୋଇଥିବା ବ୍ୟକ୍ତିମାନେ ହେଲେ ଏମଭି-୪୨ ଗ୍ରାମର ରାଜୁ ବିଶ୍ବାସ ଏବଂ ଉତ୍ତର ପ୍ରଦେଶର ଆଗ୍ରା ଅଂଚଳରୁ ଆସି ଏମଭି-୧୪ ନମ୍ବର ଗ୍ରାମରେ ରହି ଗଂଜେଇ କାରବାର କରୁଥିବା ସୁରେନ୍ଦ୍ର ସିଂକୁ ପୁଲିସ ଗିରଫ କରିଛି । ଗଂଜେଇ ଚାଲାଣ ରୋକିବାରେ ମାଲକାନଗିରି ପୁଲିସର ଘନ ଘନ ଚଢାଉ ଏବଂ ଏଥିରେ ସଫଳତା ହାସଲ ହେଉଛି । ଫଳରେ ଗଂଜେଇ ଚାଲାଣକାରୀଙ୍କ ମଧ୍ୟରେ ଭେଳେଣୀ ପଡିଛି । ଏହି ଗଂଜେଇ ଚିତ୍ରକୋଣ୍ଡା ଅଂଚଳରୁ ଉତ୍ତର ପ୍ରଦେଶକୁ ଚାଲାଣ କରାଯାଉଥିବା ଜଣାପଡିଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe