ଭାରସାମ୍ୟ ହରାଇ ଗଛରେ ପିଟିଲା ୧୦୮ ଆମ୍ବୁଲାନ୍ସ; ଦୁଇ ଆହତ, ଜଣେ ଗୁରୁତର

ଭାରସାମ୍ୟ ହରାଇ ଗଛରେ ପିଟିଲା ୧୦୮ ଆମ୍ବୁଲାନ୍ସ; ଦୁଇ ଆହତ, ଜଣେ ଗୁରୁତର

ବୀରମହାରାଜପୁର: ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ଉପଖଣ୍ଡ ଉଲୁଣ୍ଡା ଥାନା ଅନ୍ତର୍ଗତ ଅଇଁଳାଛାଟ ନିକଟରେ ୧୦୮ ଆମ୍ବୁଲାନ୍ସ ଦୁର୍ଘଟଣାଗ୍ରସ୍ତ ହୋଇଛି।

ମିଳିଥିବା ସୂଚନା ଅନୁସାରେ ଗୁରୁବାର ଦିନ ରାତିରେ ଏକ ରୋଗୀଙ୍କୁ ବୁର୍ଲାରେ ଛାଡ଼ି ଭୋର୍ ସକାଳୁ ଏହି ଆମ୍ବୁଲାନ୍ସ ସମ୍ବଲପୁରରୁ ସୋନପୁର ଅଭିମୁଖେ ଫେରୁଥିଲା। ଏହି ସମୟରେ ଆମ୍ବୁଲାନ୍ସଟି ଅଇଁଲାଛାଟ ନିକଟରେ ଭାରସାମ୍ୟ ହରାଇ ଏକ ଗଛକୁ ଧକ୍କା ଦେଇଥିଲା। ଫଳରେ ଆମ୍ବୁଲାନ୍ସଟି  ଚୁରମାର ହୋଇଯାଇଥିଲା। ଏଥିରେ ଥିବା ତିନି ଜଣ ଲୋକ ଆହତ ହୋଇଥିଲେ। ସମସ୍ତଙ୍କୁ ପ୍ରଥମେ ସୋନପୁର ଜିଲ୍ଲା ଡାକ୍ତରଖାନାକୁ ନିଆଯାଇଥିଲା। ସେମାନଙ୍କ ମଧ୍ୟରୁ ନନ୍ଦ କିଶୋର ମହାକୁଡ଼ ଓ ଘନଶ୍ୟାମ ଜଗଦଲା ସାମାନ୍ୟ ଆହତ ହୋଇଥିଲେ। ପ୍ରାଥମିକ ଚିକିତ୍ସା ପରେ ସେମାନଙ୍କୁ ଛାଡ଼ି ଦିଆଯାଇଥିଲା। ରାମ ମୁଣ୍ଡା ଗୁରୁତର ଥିବାରୁ ତାଙ୍କୁ ବୁର୍ଲା ସ୍ଥାନାନ୍ତରିତ କରାଯାଇଛି। ଖବର ପାଇ ଆଜି ସକାଲୁ ଘଟଣାସ୍ଥଳରେ ପୁଲିସ ପହଞ୍ଚି ତଦନ୍ତ ଜାରି ରଖିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe