ସାବିତ୍ରୀ ଭିଡ଼ ଭିତରେ ଘଣ୍ଟାଏ ଫସିଲା ୧୦୮ ଆମ୍ବୁଲାନ୍ସ, କରୋନା ରୋଗୀ ଛଟପଟ

Advertisment
ସାବିତ୍ରୀ ଭିଡ଼ ଭିତରେ ଘଣ୍ଟାଏ ଫସିଲା ୧୦୮ ଆମ୍ବୁଲାନ୍ସ, କରୋନା ରୋଗୀ ଛଟପଟ

ବାଲିଅନ୍ତା:ସାବିତ୍ରୀ ଓ ରଜପର୍ବକୁ ଦୃଷ୍ଟିରେ ରଖି ଫଳମୂଳ ଓ ଅନ୍ୟାନ୍ୟ ସାମଗ୍ରୀ କିଣିବା ନେଇ ଆଜି ବାଳକାଟି ବଜାରରେ ଲୋକମାନଙ୍କର ନାହିଁ ନଥିବା ଭିଡ଼ ଦେଖିବାକୁ ମିଳିଥିଲା। ପରିସ୍ଥିତି ଏମିତି ଉପୁଜିଥିଲାଯେ, ସାବିତ୍ରୀ ଭିଡ଼ ଭିତରେ ଦୀର୍ଘ ସମୟ ଧରି ୧୦୮ ଆମ୍ବୁଲାନ୍ସ ଫସି ରହିଥିଲା। ଉଭୟ ପାର୍ଶ୍ବରେ ଶହ ଶହ ଗାଡ଼ିମଟର ପାଖାପାଖି ଦୀର୍ଘ ୧ ଘଣ୍ଟା ଧରି ଅଟକି ରହିଥିଲା। ଆଉ ୧୦୮ ଆମ୍ବୁଲାନ୍ସ ଭିତରେ କରୋନା ସଂକ୍ରମିତ ରୋଗୀ ଛଟପଟ ହୋଇଥିଲେ। ହେଲେ ଅମାନିଆ ଲୋକମାନେ ସାମଗ୍ରୀ କିଣିବା ପାଇଁ ସତେ ଯେପରି ନିଜର ହିତାହିତ ଜ୍ଞାନ ଏବଂ ମଣିଷପଣିଆକୁ ଭୁଲି ଜିନିଷପତ୍ର କିଣିବାରେ ଲାଗିପଡ଼ିଥିଲେ।

ସେହିପରି ଦୁଇ ପାର୍ଶ୍ବ‌େରେ ଅଟକି ରହିଥିବା ଗାଡ଼ିମଟରଗୁଡ଼ିକ ମଧ୍ୟ ପରସ୍ପରରକୁ ଅତିକ୍ରମ କରିବା ସମ୍ଭବ ହୋଇନଥିଲା। ସେଠାରେ ମୁତୟନ ହୋଇଥିବା ପୁଲିସ କର୍ମଚାରୀମାନେ ଭିଡ଼ ନିୟନ୍ତ୍ରଣ କରିବାକୁ ଏକଦମ ନାଚାର ହୋଇଯାଇଥିଲେ। ଏନେଇ ଘଟଣାସ୍ଥଳରେ ତୀବ୍ର ଉତ୍ତେଜନା ପ୍ରକାଶ ପାଇଥିଲା। ଶେଷରେ ସ୍ଥାନୀୟ ଅଞ୍ଚଳର କିଛି ସ୍ବେଚ୍ଛାସେବୀ ପୁଲିସ କର୍ମଚାରୀଙ୍କ ସହ ମିଶି ଭିଡ଼ ନିୟନ୍ତ୍ରଣ କରିବା ପରେ ରାସ୍ତାରେ ଗାଡ଼ିମଟର ସ୍ବାଭାବିକ ହୋଇଥିଲା।

ବଡ଼ କଥା ହେଉଛି, ସ୍ଥାନୀୟ ବୁଦ୍ଧିଜୀବୀ ଏସଂପର୍କରେ ପ୍ରଶାସନିକ ଅଧିକାରୀଙ୍କୁ ଫୋନ କରି ଜଣାଇଥଇଲେ। ହେଲେ ବିଡ଼ମ୍ବନା ଭିଡ଼ସ୍ଥାନରେ କୌଣସି ଅଧିକାରୀ ପହଞ୍ଚି ଅମାନିଆଙ୍କ ବିରୋଧରେ ଆଇନଗତ କାର୍ଯ୍ୟନୁଷ୍ଠାନ ନେଇନଥିଲେ। ପ୍ରାପ୍ତ ସୂଚନା ଅନୁଯାୟୀ ବାଳକାଟି ସାପ୍ତାହିକ ହାଟ ଲକଡାଉନ ପରେ ଉଭୟ ପାର୍ଶ୍ବର ବଜାର ରାସ୍ତାରେ ଚାଲିଛି। ଆଜି ସାପ୍ତାହିକ ହାଟ ପାଳିଦିନ ଥିଲା। ମୁଣ୍ଡ ଉପରେ ସାବିତ୍ରୀ ଜିନିଷ କିଣାକିଣି ନେଇ ବଜାରରେ ଲୋକମାନଙ୍କର ନାହିଁ ନଥିବା ଭିଡ଼ ଲାଗିଥିଲା। ହେଲେ ବାଲିପାଟଣା ପାର୍ଶ୍ବରୁ ୧୦୮ ଆମ୍ବୁଲାନ୍ସରେ କରୋନା ସଂକ୍ରମିତ ନେଇ କୋଭିଡ଼ ହସ୍ପିଟାଲକୁ ଯାଉଥିବା ରୋଗୀ ଫସି ଛଟପଟ ହୋଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe