ରକ୍ତଦାନ କରି ୧୦୮ ଆମ୍ବୁଲାନ୍ସ କର୍ମଚାରୀ ବଞ୍ଚାଇଲେ ରୋଗୀଙ୍କ ଜୀବନ

Advertisment
ରକ୍ତଦାନ କରି ୧୦୮ ଆମ୍ବୁଲାନ୍ସ କର୍ମଚାରୀ ବଞ୍ଚାଇଲେ ରୋଗୀଙ୍କ ଜୀବନ

ସମ୍ବଲପୁର: ରକ୍ତ ଦେଇ ୧୦୮ ଆମ୍ବୁଲାନ୍ସ କର୍ମଚାରୀ ବଞ୍ଚାଇଲେ ୧୩ ବର୍ଷିୟ ରୋଗୀଙ୍କ ଜୀବନ। ସୂଚନା ଅନୁଯାୟୀ, ରେଢାଖୋଲର ସୁଦର୍ଶନ ପ୍ରଧାନଙ୍କ ପୁଅ ସଚ୍ଚିତାନନ୍ଦ ପ୍ରଧାନ(୧୩) ଜ୍ବର ଏବଂ ଦୁର୍ବଳତା ଜନିତ ରୋଗରେ ପୀଡ଼ିତ ହୋଇ ରେଢାଖୋଲ ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି ହୋଇଥିଲେ। ସଚ୍ଚିତାନନ୍ଦଙ୍କୁ ତୁରନ୍ତ ରକ୍ତର ଆବଶ୍ୟକତା ଥିବା ଡାକ୍ତର କହିଲେ। ତାଙ୍କ ବ୍ଲଡ ଗ୍ରୁପ ବି ପଜିଟିଭ ରକ୍ତ ଭଣ୍ଡାରରେ ନ ଥିଲା। ସେମାନେ ଅତି ଗରିବ ଥିବାରୁ ତୁରନ୍ତ ରକ୍ତ ଯୋଗାଡ଼ କରିବା ସେମାନଙ୍କ ପକ୍ଷରେ କଷ୍ଟକର ହୋଇ ପଡ଼ିଥିଲା। ଏଥିସମ୍ପର୍କରେ ଆମ୍ବୁଲାନ୍ସ କର୍ମଚାରୀ ସୁଜିତ ସାହୁ ଅବଗତ ହେବା ପରେ ତୁରନ୍ତ ନିଜ ରକ୍ତ ଦେଇ କୁନି ରୋଗୀଙ୍କ ଜୀବନ ବଞ୍ଚାଇଥିଲେ। ବର୍ତ୍ତମାନ ସଚ୍ଚିତାନନ୍ଦଙ୍କ ଅବସ୍ଥା ସ୍ଥିର ରହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe