୧୦୮ ଆମ୍ବୁଲାନ୍ସ କର୍ମଚାରୀ ଏବେ ଗଛ ମୂଳରେ

Advertisment
୧୦୮ ଆମ୍ବୁଲାନ୍ସ କର୍ମଚାରୀ ଏବେ ଗଛ ମୂଳରେ

ମାଲକାନଗିରି: ମାଲକାନଗିରି ଜିଲ୍ଲା ଅନ୍ତର୍ଗତ ବାଲିମେଳା ମେଡିକାଲର କାର୍ଯ୍ୟରତ ୧୦୮ ଆମ୍ବୁଲାନ୍ସ କର୍ମଚାରୀଙ୍କ ଦୁର୍ଦଶା ବଢିଛି। ଆମ୍ବୁଲେନସ କର୍ମଚାରୀମାନେ ବାଲିମେଳାର ଏକ ଗୃହରେ ରହିବା ସହ ନିଜର ଦାୟିତ୍ବ ବହନ କରୁଥିଲେ। ତେବେ ତାଙ୍କୁ ଏବେ ସେହି ଗୃହରୁ ହଟାଇ ଦିଆଯାଇଛି। ଯାହାଫଳରେ ଆମ୍ବୁଲାନ୍ସ କର୍ମଚାରୀମାନେ ଗଛମୂଳେ ଆଶ୍ରୟ ନେଇଛନ୍ତି। ଶୀତ କାକରରେ ସେମାନେ ଏବେ ଗଛମୂଳେ ପଡି ରହିଛନ୍ତି।

ସୂଚନାଯୋଗ୍ୟ, ମାଲକାନଗିରିକୁ କରୋନା ଟିକା ଆସିବାକୁ ଥିବାରୁ ସେହି ଟିକାକୁ ରଖିବା ପାଇଁ ଗୃହ ଆବଶ୍ୟକ ପଡିଲା। ତେବେ ମେଡିକାଲ କର୍ତ୍ତୃପକ୍ଷ ଆମ୍ବୁଲାନ୍ସ କର୍ମଚାରୀମାନେ ରହୁଥିବା ସେହି ଗୃହକୁ ବାଛି କର୍ମଚାରୀମାନଙ୍କୁ ସେଠାରୁ ହଟିବାକୁ କହିଥିଲେ। କିନ୍ତୁ ସେମାନେ କେଉଁଠି ରହି ନିଜର ଦାୟିତ୍ବ ତୁଲାଇବେ ସେନେଇ କୌଣସି ପଦକ୍ଷେପ ନିଆଗଲା ନାହିଁ। ଏନେଇ କର୍ମଚାରୀମାନେ ମଧ୍ୟ ଅନ୍ୟତ୍ର ଜାଗା ଦେବାକୁ ଅନୁରୋଧ କରାଯାଇଥିଲେ ମଧ୍ୟ କେହି ଶୁଣୁ ନଥିବା କୁହାଯାଇଛି।

ଦିନରାତି ଏକ କରି ଆମ୍ବୁଲାନ୍ସ କର୍ମଚାରୀମାନେ ନିଜର ଦାୟିତ୍ବକୁ ତୁଲାଇ ଆସୁଥିବା ବେଳେ ସ୍ବଳ୍ପ ଦରମାରେ ସେମାନେ ନିଜର ପରିବାର ପ୍ରତିପୋଷଣ କରୁଛନ୍ତି। ସେମାନେ ଘର ଭଡା ନେଇ ସମସ୍ତେ ଗୋଟିଏ ଜାଗାରେ ରହିବା ଏବଂ ଖାଇବା ପିଇବା କରିବା ଅସମ୍ଭବ। ତେଣୁ ସ୍ବାସ୍ଥ୍ୟ ବିଭାଗ ତରଫରୁ ସେମାନଙ୍କ ପାଇଁ ଏକ ସ୍ବତନ୍ତ୍ର ଗୃହ ପ୍ରଦାନ କଲେ ସେମାନେ ସେଠାରେ ୨୪ ଘଣ୍ଟା ରହି ଲୋକଙ୍କୁ ସେବା ଯୋଗାଇ ପାରିବେ ବୋଲି କୁହାଯାଇଛି।

ନିଜର ସମସ୍ତ ଜିନିଷ ଧରି ଏବେ ଗଛମୂଳେ କର୍ମଚାରୀମାନେ ପଡି ରହିଥିବା ଦେଖିବା ପରେ ମଧ୍ୟ ପ୍ରଶାସନ କିମ୍ବା ସ୍ବାସ୍ଥ୍ୟ ବିଭାଗର ଉଚ୍ଚପଦାଧିକାରୀ କୌଣସି ପଦକ୍ଷେପ ନନେବା ଦୁଃଖର ବିଷୟ ବୋଲି ବୁଦ୍ଧିଜୀବୀ ମହଲେ ମତ ପ୍ରକାଶ ପାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe