ସ୍କୁଲରୁ ସାଇକେଲରେ ଫେରୁଥିଲେ ଦଶମ ଶ୍ରେଣୀ ଛାତ୍ରୀ, ଚାପି ଦେଲା ଦ୍ରୁତଗାମୀ ଟ୍ରକ, ମୃତ୍ୟୁ ପରେ ଉତ୍ତେଜନା

ସ୍କୁଲରୁ ସାଇକେଲରେ ଫେରୁଥିଲେ ଦଶମ ଶ୍ରେଣୀ ଛାତ୍ରୀ, ଚାପି ଦେଲା ଦ୍ରୁତଗାମୀ ଟ୍ରକ, ମୃତ୍ୟୁ ପରେ ଉତ୍ତେଜନା

ଝାରସୁଗୁଡ଼ା: ସ୍କୁଲ ଛୁଟି ହେବାପରେ ସାଇକେଲ ଯୋଗେ ଘରକୁ ଫେରୁଥିବା ଜଣେ ଦଶମ ଶ୍ରେଣୀ ଛାତ୍ରୀ ଉପରେ କୋଇଲା ବେଝେଇ ଟ୍ରକ ଚଢ଼ିଯାଇଛି। ଫଳରେ ଘଟଣାସ୍ଥଳରେ ହିଁ ଛାତ୍ରୀର ମୃତ୍ୟୁ ଘଟିଛି। ଝାରସୁଗୁଡ଼ା ପ୍ରସନ୍ନ ପଣ୍ଡା ବାଇପାସ ଛକରେ ମଙ୍ଗଳବାର ଅପରାହ୍ନ ସାଢ଼େ ୪ ଟାରେ ଏକ କୋଇଲା ବୋଝେଇ ଟ୍ରକ ଏହି ଦୁର୍ଘଟଣା ଘଟାଇଥିବା ବେଳେ ଘଟଣାସ୍ଥଳରେ ଉତ୍ତେଜନା ଦେଖା ଦେଇଛି।

ଏଚ୍‌.ପଟାପାଲି ଆର୍‌.କେ. ହାଇସ୍କୁଲରେ ଦଶମ ଶ୍ରେଣୀରେ ପଢୁଥିବା ଛାତ୍ରୀ ସ୍ୱପ୍ନା ଜେନା(୧୫) ସାଙ୍ଗମାନଙ୍କ ସହିତ ସାଇକେଲରେ ତାଙ୍କ ଘର ବିଟିଏମ୍‌ ସ୍ଥିତ ସୁଲଦିଆପଡ଼ାକୁ ଫେରୁଥିବା ବେଳେ ବ୍ରଜରାଜନଗର ପଟୁ ଆସୁଥିବା ଏକ କୋଇଲା ବୋଝେଇ ଟ୍ରକ୍‌ (ଓଆର୍‌ ୨୩ ଡ଼ି ୫୪୬୧) ପଛପଟୁ ଛାତ୍ରୀଙ୍କୁ ଧକ୍କା ଦେଇ ତାଙ୍କ ଉପରେ ଚଢିଯାଇଥିଲା।ଏଥିରେ ଅନ୍ୟ ଜଣେ ଛାତ୍ରୀ ମଧ୍ୟ ସାମାନ୍ୟ ଆହତ ହୋଇଥିବା ଜଣାଯାଇଛି।

publive-image

ପୁଲିସ ଘଟଣାସ୍ଥଳରେ ପହଞ୍ଚି ଛାତ୍ରୀଙ୍କ ମୃତଦେହ ଉଦ୍ଧାର କରିଛି। ଦୁର୍ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଥିଲା ଓ ଶତାଧିକ ଲୋକ ରାସ୍ତା ଅବରୋଧ କରିଥିବାରୁ ରାଉରକେଲା- ସମ୍ବଲପୁର ରାସ୍ତାରେ ଚଳାଚଳ ବନ୍ଦ ରହିଛି।

publive-image

ଏହି ଛକରେ ୪୯ ନମ୍ବର ଜାତୀୟ ରାଜପଥ ଓ ବିଜୁ ଏକ୍ସପ୍ରେସ୍‌ ୱେ ସଂଯୋଗ ହୋଇଥିବା ବେଳେ ପ୍ରତି ମୂହୁର୍ତ୍ତରେ ଶତାଧିକ ମାଲ ବୋଝେଇ ଟ୍ରକ ବେପରୁଆ ଭାବରେ ଯାତାୟତ କରୁଥିବାରୁ ଏଠାରେ ବାରମ୍ବାର ଦୁର୍ଘଟଣା ଘଟିଥାଏ। ଏହି ଛକରେ ଟ୍ରାଫିକ ବ୍ୟବସ୍ଥାକୁ ସୁଦୃଢ କରିବା ସହିତ ସ୍କୁଲ ସମୟରେ ଟ୍ରକ ଚଳାଚଳ ବନ୍ଦ କରାଯିବାକୁ ଲୋକେ ଦାବି କରିଥିବା ବେଳେ ମୃତ ଛାତ୍ରୀଙ୍କ ପରିବାରକୁ ଉପଯୁକ୍ତ କ୍ଷତିପୂରଣ ଦେବାକୁ ଦାବି କରି ରାସ୍ତା ଅବରୋଧ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe