Advertisment

ଜଳପ୍ରପାତରେ ଆଦର୍ଶ ବିଦ୍ୟାଳୟର ୧୦ମ ଶ୍ରେଣୀର ଛାତ୍ର ନିଖୋଜ

Advertisment
ଜଳପ୍ରପାତରେ ଆଦର୍ଶ ବିଦ୍ୟାଳୟର ୧୦ମ ଶ୍ରେଣୀର ଛାତ୍ର ନିଖୋଜ

ଫିରିଙ୍ଗିଆ: କନ୍ଧମାଳ ଜିଲ୍ଲା ଗୋଚ୍ଛାପଡ଼ା ଥାନା ପର୍ଯ୍ୟଟନସ୍ଥଳ ଉର୍ମାଗଡ଼ ଜଳପ୍ରପାତରେ ଗତ ରବିବାର ଜଣେ ଛାତ୍ର ଖସିପଡ଼ି ନିଖୋଜ ହୋଇଥିବା ବେଳେ ତାଙ୍କର ସନ୍ଧାନ ମିଳିପାରିନାହିଁ। ଛାତ୍ର ଜଣକ କଟ୍ରିଙ୍ଗିଆ ପଞ୍ଚାୟତ ନାକଡ଼ିସରୁ ଗ୍ରାମର ଲିଙ୍ଗା ବେହେରାଙ୍କ ପୁଅ ରାଖଲ ବେହେରା(୧୪) ହୋଇଥିବା ବେଳେ ସେ ଆଦର୍ଶ ବିଦ୍ୟାଳୟର ୧୦ମ ଶ୍ରେଣୀର ଛାତ୍ର ଥିଲେ। ସାଙ୍ଗମାନଙ୍କ ସହ ଉର୍ମାଗଡ଼ ଜଳପ୍ରପାତକୁ ବୁଲିବା ପାଇଁ ଯାଇଥିବା ବେଳେ ଅସାବଧାନତା ବଶତଃ ଗୋଡ଼ ଖସି ଯିବାରୁ ପାଣିରେ ପଡ଼ିଯାଇଥିଲେ। ଓଡ୍ରାଫ୍ ଟିମ୍ ପକ୍ଷରୁ ଖୋଜାଖୋଜି ଜାରି ରହିଥିଲେ ମଧ୍ୟ ୪ ଦିନ ହେଲା ତାଙ୍କର କୌଣସି ସନ୍ଧାନ ମି​ଳିପାରିନାହିଁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe