ଚିତ୍ରକୋଣ୍ଡା : ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ସଦର ମହକୁମାର ମାର୍କେଟ ହନୁମାନ ମନ୍ଦିର ନିକଟ କଲୋନିର ଜିଲାନି ନାମକ ଜଣେ ବ୍ୟକ୍ତିଙ୍କ ଘର ପଛ ପାଖରୁ ଏକ ୧୧ଫୁଟ ଲମ୍ବର ଅଜଗର ସାପକୁ ଉଦ୍ଧାର କରାଯାଇଛି। ଘର ପଛ ପାଖ ଜଙ୍ଗଲରୁ ସାପଟି କୁକୁଡ଼ା ଚିଆଁ ଖାଇବାକୁ ଆସିଥିବା ଅନୁମାନ କରାଯାଉଛି।
ଆଜି ସକାଳେ ପ୍ରଥମେ ସାପଟିକୁ ଘରଲୋକେ ଦେଖି ସାହିପଡିଶା ଲୋକମାନଙ୍କୁ ଡାକିଥିଲେ। ଏତେ ବଡ ସାପଟିକୁ ଧରିବା ପାଇଁ ଚିତ୍ରକୋଣ୍ଡା ସ୍ନେକ ହେଲ୍ପଳାଇନ କୁହାଯାଉଥିବା ମାଧବଙ୍କୁ ଖବର ଦିଆଯାଇଥିଲା । ମାଧବ ବନ ବିଭାଗ ସହାୟତାରେ ସାପଟିକୁ ଧରି ଦୂରରେ ଥିବା ଜଙ୍ଗଲରେ ଛାଡିଥିବା ଜଣାପଡିଛି । ଗତ କିଛି ଦିନ ତଳେ ସେଇ ପାଖରୁ ସମାନ ଧରଣର ଏକ ଅଜଗରକୁ ଧରାଯାଇ ଥିଲା । ଆଜି ଏହି ସାପ ଧରା ପଡିବା ପରେ ଏଭଳି ସାପ ଆହୁରି ବହୁ ପରିମାଣରେ ଏ ଅଂଚଳରେ ଥିବା ସାହି ବାସିନ୍ଦା ଆଶଙ୍କା କରିଛନ୍ତି ।
Follow Us