୧୧ ବଖରା ଜଳିଗଲା

୧୧ ବଖରା ଜଳିଗଲା

ଦଶରଥପୁର: ବୁଧବାର ସନ୍ଧ୍ୟାରେ ଦଶରଥପୁର ବ୍ଲକ୍‌ ଚମ୍ପେଇପାଳ ପଞ୍ଚାୟତ ଓଡ଼େଇ ଗ୍ରାମରେ ଭୟାବହ ଅଗ୍ନିକାଣ୍ତ ଘଟି ମଲ୍ଲିକ ସାହିର ଝୁନାରାଣୀ ମଲ୍ଲିକ, ପ୍ରଭାତ ମଲ୍ଲିକ ଓ ଅମିତ ମଲ୍ଲିକଙ୍କ ୧୧ ବଖରା ବାସଗୃହ ସମେତ ୨ଟି ଗୁହାଳ ଘର ପୋଡ଼ି ପାଉଁଶ ହୋଇଯାଇଛି। ଏହି ଅଗ୍ନିକାଣ୍ତରେ ଝୁନାରାଣୀଙ୍କ ଗୁହାଳରେ ବନ୍ଧା ହୋଇଥିବା ୨ଟି ଗାଈ ଜୀବନ୍ତ ଦଗ୍ଧ ହୋଇଛନ୍ତି। ବିଦ୍ୟୁତ୍ ସଟ୍ ସର୍କିଟ୍‌ରୁ ନିଆଁ ଲାଗିଥିବା ସନ୍ଦେହ କରାଯାଉଛି।

ଏହି ଅଗ୍ନିକାଣ୍ଡରେ ଘରେ ଥିବା ଧାନ, ଚାଉଳ, ଲୁଗାପଟା, ବାସନକୁସନ ଓ ଟଙ୍କା ପୋଡ଼ି ଯାଇଛି। ଦଶରଥପୁର ଦମକଳ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ। ଜିଲ୍ଲା ବିଜେଡି ସଭାପତି ସରୋଜ ମହାପାତ୍ର, ଜିଲ୍ଲା ପରିଷଦ ସଭ୍ୟ ପାର୍ଥସାରଥି ମହାପାତ୍ର, ସଭ୍ୟା ମନସ୍ବିନୀ ଦାସ, ଚମ୍ପେଇପାଳ ସରପ‌ଞ୍ଚ ହିମାଂଶୁ ନାୟକ ପ୍ରମୁଖ ଅଗ୍ନିବିପନ୍ନ ପରିବାର ନିକଟରେ ପହ‌ଞ୍ଚି ସମବେଦନା ଜଣାଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe