ଭାରତର ଶ୍ରେଷ୍ଠ ୧୦୦ଟି ଆଇଟିଆଇ ମଧ୍ୟରେ ଓଡ଼ିଶାରୁ ଅଛି ୧୧: ସୁବ୍ରତ ବାଗ୍‌ଚୀ

Advertisment

ନୂଆପଡା ଜିଲ୍ଲା ଗ୍ରସ୍ତରେ ଓଡିଶା ଦକ୍ଷତା ଓ ବିକାଶ ବିଭାଗ ଅଧକ୍ଷ ସୁବ୍ରତ ବାଗ୍‌ଚୀ

ନୂଆପଡା ଜିଲ୍ଲା ଗ୍ରସ୍ତରେ ଓଡିଶା ଦକ୍ଷତା ଓ ବିକାଶ ବିଭାଗ ଅଧକ୍ଷ ସୁବ୍ରତ ବାଗ୍‌ଚୀ

ଭାରତର ଶ୍ରେଷ୍ଠ ୧୦୦ଟି ଆଇଟିଆଇ ମଧ୍ୟରେ ଓଡ଼ିଶାରୁ ଅଛି ୧୧: ସୁବ୍ରତ ବାଗ୍‌ଚୀ

ନୂଆପଡା: ଓଡିଶା ଦକ୍ଷତା ଓ ବିକାଶ ବିଭାଗ ଅଧ୍ୟକ୍ଷ ସୁବ୍ରତ ବାଗ୍‌ଚୀ ଆଜି ନୂଆପଡ଼ା ଗସ୍ତ କରିଛନ୍ତି। ସେ ଜିଲ୍ଲାର ଖଡ଼ିଆଳ ଠାରେ ଥିବା ରାଜା ଆର୍ତ୍ତତ୍ରାଣ ହାଇସ୍କୁଲ ଓ ଆଇଟିଆଇକୁ ପରିଦର୍ଶନ କରିବା ସହ ବିଭାଗୀୟ ଅଧିକାରୀ ଓ ଛାତ୍ରଛାତ୍ରୀଙ୍କ ସହ ଆଲୋଚନା କରିଥିଲେ।। ଆଇଟିଆଇ ଶିକ୍ଷାକୁ ନେଇ ପୂର୍ବରୁ ଲୋକଙ୍କ ମନରେ ଯାହା ଧାରଣା ଥିଲା ତାହା ଏବେ ବଦଳିଥିବା କହି ନୂଆପଡା ଜିଲ୍ଲା ଲଖନା ଗାଁର ଆଇଟିଆଇ ଛାତ୍ର ଗୌତମ ସାହୁଙ୍କ ସଫଳତା ଉପରେ ଛାତ୍ରଛାତ୍ରୀଙ୍କୁ କହିଥିଲେ। ଗୌତମ ସାହୁଙ୍କ ପରି ସମସ୍ତ ଛାତ୍ରଛାତ୍ରୀ ସଫଳତା ପାଇଁ ନିଜ ନିଜ ଲକ୍ଷ୍ୟରେ ସ୍ୱପ୍ନ ଦେଖିବା କଥା ବୋଲି ଛାତ୍ରଛାତ୍ରୀଙ୍କୁ ପରାମର୍ଶ ଦେଇଥିଲେ । ଏଥି ପାଇଁ ରାଜ୍ୟ ସରକାର ଓ ଜିଲ୍ଲା ପ୍ରଶାସନ ସମସ୍ତ ସୁବିଧା ଓ ସୁଯୋଗ ଯୋଗାଇଦେବା ପାଇଁ ପ୍ରସ୍ତୁତ ଥିବା ପ୍ରକାଶ କରିଥିଲେ।

publive-image

ପରେ ସାମ୍ବାଦିକ ସମ୍ମିଳନୀରେ ଯୋଗ ଦେଇ ଭାରତରେ ଥିବା ଶ୍ରେଷ୍ଠ ୧୦୦ଟି ଆଇଟିଆଇ ମଧ୍ୟରେ ୧୧ଟି ଆଇଟି ଆଇ ଓଡ଼ିଶାର ରହିଛି ବୋଲି କହିଥିଲେ। ଓଡ଼ିଶାର ଶ୍ରେଷ୍ଠ ୨୦ ଆଇଟି ଆଇ ମଧ୍ୟରେ ନୂଆପଡା ଜିଲ୍ଲାର ଦୁଇଟି ଆଇଟିଆଇ ରହିଥିବା କଥା ପ୍ରକାଶ କରିଥିଲେ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନେତୃତ୍ୱରେ ଓଡିଶାରେ ବୈଷୟିକ ଶିକ୍ଷା ଓ ଦକ୍ଷତା ବିକାଶକୁ ଆଗେଇ ନେବାପାଇଁ କାର୍ଯ୍ୟ ଚାଲିଥିବା ବେଳେ ଏଥିରେ ଛାତ୍ରୀମାନଙ୍କ ଗୋଟିଏ ପାଦ ଆଗକୁ କିପରି ବଢିବ ସେଥିପାଇଁ ଉତ୍ସାହ ସହ କାର୍ଯ୍ୟ ଚାଲିଥିବା ପ୍ରକାଶ କରିଥିଲେ। ସରକାରଙ୍କ ଏହି ଶିକ୍ଷାରେ ଓଡିଶାର ୨୫ ଜଣ ଛାତ୍ରୀ ଆଗାମୀ ଦିନରେ କିପରି ରାଜ୍ୟସ୍ତରରେ ନିଜ ନାମ ରଖିବେ, ସେଥିପାଇଁ ଜିଲ୍ଲା ପ୍ରଶାସନ ସହ ଖସଡ଼ା ପ୍ରସ୍ତୁତି ଆରମ୍ଭ ହୋଇଥିବା ଓ ଜିଲ୍ଲାର ଏହି ଶିକ୍ଷା ଅଧିକ ସଫଳତା ପାଇବବୋଲି ପ୍ରକାଶ କରିଥିଲେ। ନୂଆପଡା ଜିଲ୍ଲାପାଳ ସ୍ୱାଧ୍ୟା ଦେବ ସିଂ ଜିଲ୍ଲା ପାଇଁ ଦିଆଯାଇଥିବା ସୁଯୋଗ ଓ ଲକ୍ଷ୍ୟକୁ କିପରି ପୂରଣ କରିବା ସେଥିପାଇଁ କାର୍ଯ୍ୟ ଆରମ୍ଭ ହୋଇଥିବା ପ୍ରକାଶ କରିଥିଲେ।

publive-image

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe