୧୧ ଲକ୍ଷ ଟଙ୍କାର ବ୍ରାଉନ୍‌ସୁଗାର ଜବତ, ଯୁବକ ଗିରଫ

Advertisment

୫ ନିଲମ୍ବିତ, ଜଣେ ଚାକିରିରୁ ବିଦା, ଜିଲ୍ଲାର ଅଧିକାଂଶ ଶାଖାର ସମାନସ୍ଥିତି

୫ ନିଲମ୍ବିତ, ଜଣେ ଚାକିରିରୁ ବିଦା, ଜିଲ୍ଲାର ଅଧିକାଂଶ ଶାଖାର ସମାନସ୍ଥିତି

୧୧ ଲକ୍ଷ ଟଙ୍କାର ବ୍ରାଉନ୍‌ସୁଗାର ଜବତ, ଯୁବକ ଗିରଫ

ବାହାନଗା: ବାଲେଶ୍ବର ଜିଲ୍ଲା ବାହାନଗାରୁ ଲକ୍ଷାଧିକ ଟଙ୍କାର ବ୍ରାଉନ୍‌ସୁଗାର ଜବତ ହେବା ସହ ଜଣେ ଯୁବକ ଗିରଫ ହୋଇଛନ୍ତି। ସୂଚନା ଅନୁସାରେ; ଅବକାରୀ ଅଧୀକ୍ଷକ ସୁଶାନ୍ତ କୁମାର ପାଢ଼ୀଙ୍କ ନିର୍ଦ୍ଦେଶ କ୍ରମେ ଅବକାରୀ ଅଧିକାରୀ ଗାଲୁରାମ ସୋରେନ ଏବଂ ତାଙ୍କ ଏକ ଟିମ୍‌ ବାହାନଗା କମାରିପୁର ଅଞ୍ଚଳରେ ଚଢ଼ାଉ କରିଥିଲେ। ଏହି ସମୟରେ କମାରିପୁର ଗ୍ରାମର କାର୍ତ୍ତିକ ଚନ୍ଦ୍ର ସାହୁ (୩୬) ନାମକ ଯୁବକଙ୍କ ନିକଟରୁ ୧୧୦ ଗ୍ରାମ୍‌ ଓଜନର ବ୍ରାଉନ୍‌ସୁଗାର ଜବତ କରିଥିଲେ। ଯାହାର ଆନୁମାନିକ ମୂଲ୍ୟ ୧୧ ଲକ୍ଷ ଟଙ୍କା ହେବ ବୋଲି ଜଣାପଡ଼ିଛି।

କାର୍ତ୍ତିକଙ୍କୁ ଗିରଫ କରାଯାଇଥିବା ବେଳେ କାରବାରରେ ଆଉ କାହାର ସଂପୃକ୍ତି ରହିଛି, ସେନେଇ ତଦନ୍ତ ଚାଲିଛି। ଚଢ଼ାଉରେ ଅବକାରୀ ଅଧିକାରୀ ଶ୍ରୀ ସୋରେନଙ୍କ ସହ ଗୋଲାମ ସୋରେନ, ଭକ୍ତଚରଣ ସ୍ୱାଇଁ, ସତ୍ୟସୁନ୍ଦର ମଲ୍ଲିକ, ପ୍ରଜ୍ଞାପ୍ରିୟ ନାୟକ, ଧୀରେନ୍ଦ୍ର ସିଂ, ଦୁର୍ଯ୍ୟୋଧନ ବେହେରା, ସନ୍ତୋଷ ବେହେରା, କାଜଲ ପ୍ରିୟଦର୍ଶନୀ, ରଶ୍ମିରେଖା ପାତ୍ର, ବିଦ୍ୟାଧର ବିନ୍ଧାଣୀ ପ୍ରମୁଖ ବିଭାଗୀୟ କର୍ମଚାରୀ ସାମିଲ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe