୩ ମହିଳା କ୍ୟାଡ଼ରଙ୍କ ସମେତ ୧୧ ନକ୍ସଲଙ୍କ ଆତ୍ମସମର୍ପଣ

Advertisment
୩ ମହିଳା କ୍ୟାଡ଼ରଙ୍କ ସମେତ ୧୧ ନକ୍ସଲଙ୍କ ଆତ୍ମସମର୍ପଣ

ମାଲକାନଗିରି: ସୀମାନ୍ତ ଛତିଶଗଡର ଦନ୍ତେୱାଡା ପୁଲିସ ନିକଟରେ ୧୧ ଜଣ ନକ୍ସଲ ଆତ୍ମସମର୍ପଣ କରିଛନ୍ତି। ଏମାନଙ୍କ ମଧ୍ୟରୁ ତିନି ଜଣ ମହିଳା ମାଓବାଦୀ ରହିଛନ୍ତି। ଦନ୍ତେଵାଡା ଜିଲ୍ଲା ପୁଲିସ କାର୍ଯ୍ୟାଳୟରେ ଆୟୋଜିତ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ଏସପି ଅଭିଷେକ ପଲ୍ଲବଙ୍କ ନିକଟରେ ଏହି ୧୧ ଜଣ ମାଓବାଦୀ ଆତ୍ମସମର୍ପଣ କରିଛନ୍ତି। ଆତ୍ମସମର୍ପଣ କରଥିବା ମାଓବାଦୀମାନେ ହେଲେ କେଏମଏସ ଅଧ୍ୟକ୍ଷ ରାମବତୀ ବାରସେ(୨୪), ଜନମିଲିସିଆ ସଦସ୍ୟ ଆଇତୁ ମିଡିଆମି(୩୫), ଚେତୁ ମାଣ୍ଡବୀ(୩୫), ମାସା ଅରଫ ଦେବା ମୁଡାମୀ(୩୫), ସୁକରାମ ମିଡିୟାମୀ(୨୧), ହୁଙ୍ଗା ମୁରାରୀ(୩୧), କୁମାରୀ ବୁଦରି ମିଡିୟାମ(୩୨), କୁମାରୀ ପାଇକେ ମିଡିୟାମୀ(୩୦), ମଙ୍ଗୁ ମାଣ୍ଡବୀ(୩୧), ରାମଲାଲ ହେମଲା(୩୧), ସୋନୁ କାଡତୀ(୩୨)।

ରାମବତୀ ନାମରେ ସରକାର ୧ ଲକ୍ଷ ଟଂକାର ପୁରସ୍କାର ରାଶି ଘୋଷଣା କରିଥିଲେ। ବହୁ ହିଂସାରେ ଏମାନେ ଜଡିତ ଥିବା ପୁଲିସ କହିଛି।ନକ୍ସଲ ସଂଗଠନରେ ଗୋଟିଏ ପଟେ କରୋନାର ପ୍ରକୋପ ଜାରି ରହିଥିବା ବେଳେ ଅନ୍ୟପଟେ ଯବାନଙ୍କ ଘନ ଘନ କମ୍ବିଂ ଅପରେସନ୍‌ରେ ଏମାନେ ଭୟଭିତହୋଇଥିବା କହିଥିଲେ। ଏଥିସହ ସଂଗଠନରେ ପୂର୍ବ ଭଳି ଲକ୍ଷ୍ୟ ଓ ଉଦେଶ୍ୟ ନେଇ କାମ କରାଯାଉ ନାହିଁ। ଭେଦଭାବ ଏବଂ ନିର୍ଯାତନା ବଢିଯାଇଛି। ନିରୀହ ଲୋକଙ୍କୁ ମିଥ୍ୟାରେ ଟାର୍ଗେଟ କରାଯାଉଛି। ତେଣୁ ମୁଖ୍ୟସ୍ରୋତରେ ସାମିଲ ହୋଇ ବାକି ଜୀବନ ସୁଖରେ କଟାଇବା ନେଇ ଏମାନେ ଆତ୍ମସମର୍ପଣ କରିଥିବା କହିଥିଲେ। ସରକାରଙ୍କ ତରଫରୁ ସମସ୍ତଙ୍କୁ ଆର୍ଥିକ ସହାୟତା ଦେବା ସହ ଆତ୍ମନିର୍ଭରଶୀଳ କରାଯିବ ବୋଲି କୁହାଯାଇଛି। ଲୋନ ବର୍ଟାଟୁ(ଘରକୁ ଫେରିଆସ)ଅଭିଯାନରେ ଏମାନେ ଆତ୍ମସମର୍ପଣ କରିଥିବା ପୁଲିସ କହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe