କୁକୁଡ଼ା ପଡ଼ାରେ ଚଢ଼ଉ, ୧୧ ଗିରଫ

Advertisment
ବିବାହ ପ୍ରତିଶ୍ରୁତି ଦେଇ ପ୍ରତାରଣା: ପ୍ରେମିକ ଗିରଫ

Image Courtesy of Times Now

ତେଲକୋଇ: ତେଲକୋଇ ପୁଲିସ ପକ୍ଷରୁ କୁକୁଡ଼ା ଲଢ଼େଇ ପଡ଼ାରେ ଚଢ଼ଉ କରାଯାଇଛି। ୧୧ଜଣକୁ ଗିରଫ କରାଯିବା ସହ ୬ଟି ବାଇକ୍ ଜବତ କରାଯାଇଛି। ପ୍ରତି ଶନିବାର ଛାମୁଣ୍ଡା ଗ୍ରାମରେ ସାପ୍ତାହିକ ହାଟ ବସିଥାଏ। ପଡ଼ୋଶୀ ଦୋବଲାପାଳ ଗ୍ରାମ ପ୍ଲାଣ୍ଟ ସାଇଡରେ କୁକୁଡ଼ା ଲଢ଼େଇ ଓ ଜୁଆଖେଳ ହୋଇଥାଏ। ଆଜି ଶନିବାର ଥିବାରୁ ଶତାଧିକ ଲୋକେ କୁକୁଡ଼ା ଲଢ଼େଇ କରିବାକୁ ଆଣିଥିଲେ। ଖବର ପାଇ ପୁଲିସ ଚଢ଼ଉ କରିଥିଲା। ପୁଲିସକୁ ଦେଖି ଲୋକେ ଛତ୍ରଭଙ୍ଗ ଦେଇଥିଲେ। ୧୧ଜଣକୁ ଗିରଫ କରାଯାଇଛି। ଏନେଇ ତେଲକୋଇ ଥାନାରେ କେସ୍‌ ନମ୍ବର ୨୩୦/୨୦୨୩ରେ ଏକ ମାମଲା ରୁଜୁ ହୋଇଥିବା ଆଇଆଇସି ସରୋଜକାନ୍ତ ସାମଲ ପ୍ରକାଶ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe