୧୧୦ ଲିଟର ଦେଶୀ ମଦ ଜବତ, ୩ ଗିରଫ

୧୧୦ ଲିଟର ଦେଶୀ ମଦ ଜବତ, ୩ ଗିରଫ

ରାଉରକେଲା: ଅବକାରୀ ବିଭାଗ ପକ୍ଷରୁ ଆଜି ବିଶ୍ରା ଥାନା ଅନ୍ତର୍ଗତ ବିଭିନ୍ନ ଅଞ୍ଚଳରେ ଚାଲିଥିବା ଦେଶୀ ମଦ କାରବାର ଉପରେ ଚଢ଼ଉ କରାଯାଇଛି। ମଦ ବିକ୍ରି କରୁଥିବା ଅଭିଯୋଗରେ ଦୁଇ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି। ଅଭିଯୁକ୍ତ ଦ୍ବୟ ହେଉଛନ୍ତି ବାଗଡେଗାର ବାଙ୍କାଟୋଲାର ପ୍ରଦୀପ କୁମାର ଓ ଗୁରୁଚରଣ କିଶାନ। ସେମାନଙ୍କଠାରୁ ୧୧୦ ଲିଟର ଦେଶୀ ମଦ, ୧୯୫୦ କେଜି ମହୁଲ ପୋଚ ଓ ମଦ ଚୋରାଚାଲାଣରେ ବ୍ୟବହୃତ ଏକ ସ୍କୁଟି ଜବତ ହୋଇଛି। ଆଜି ପୂର୍ବାହ୍ନରେ ବିଶ୍ରା ଥାନା ଅନ୍ତର୍ଗତ ବାଗଡେଗା ଓ ଆଖପାଖ ଅଞ୍ଚଳରେ ଚଢ଼ଉ କରାଯାଇଥିଲା। ଘଟଣାସ୍ଥଳରୁ ୨ ଜଣଙ୍କୁ କାବୁ କରାଯାଇଥିବାବେବେଳ ଆଉ ଜଣେ ଅଭିଯୁକ୍ତ ସ୍କୁଟି ଛାଡ଼ି ଫେରାର ହୋଇଯାଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe