କଟିବ ୧୧୨୧ ଗୃହରକ୍ଷୀଙ୍କ ରାସନକାର୍ଡ: ଏମ୍‌ଆଇଙ୍କୁ ଯୋଗାଣ ଅଧିକାରୀଙ୍କ ଚିଠି, ନିଷ୍ପତ୍ତି ପ୍ରତ୍ୟାହାର କରିବାକୁ ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ

ଅଯୋଗ୍ୟ ହିତାଧିକାରୀଙ୍କ ରାସନକାର୍ଡ କାଟିବାକୁ ଯୋଗାଣମନ୍ତ୍ରୀ ରାଜ୍ୟର ସମସ୍ତ ଯୋଗାଣ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ମନ୍ତ୍ରୀଙ୍କ ନିର୍ଦ୍ଦେଶପରେ ପଞ୍ଚାୟତଠୁ ବ୍ଲକ୍ ଓ ସହର ପର୍ଯ୍ୟନ୍ତ ଅଯୋଗ୍ୟ ହିତାଧିକାରୀଙ୍କୁ ଚିହ୍ନଟ କରି ସେମାନଙ୍କ ରାସନ କାର୍ଡ କାଟିବା ପ୍ରକ୍ରିୟାକୁ ଜୋରଦାର କରାଯାଇଛି...

ଅଦ୍ୟତନ ହୋଇଛି
1121 homeguards Ration Card will invalid

1121 homeguards Ration Card will invalid Photograph: (sambad.in)

ରାଉରକେଲା: ଅଯୋଗ୍ୟ ହିତାଧିକାରୀଙ୍କ ରାସନକାର୍ଡ କାଟିବାକୁ ଯୋଗାଣମନ୍ତ୍ରୀ ରାଜ୍ୟର ସମସ୍ତ ଯୋଗାଣ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ମନ୍ତ୍ରୀଙ୍କ ନିର୍ଦ୍ଦେଶପରେ ପଞ୍ଚାୟତଠୁ ବ୍ଲକ୍ ଓ ସହର ପର୍ଯ୍ୟନ୍ତ ଅଯୋଗ୍ୟ ହିତାଧିକାରୀଙ୍କୁ ଚିହ୍ନଟ କରି ସେମାନଙ୍କ ରାସନକାର୍ଡ କାଟିବା ପ୍ରକ୍ରିୟାକୁ ଜୋରଦାର କରାଯାଇଛି।

ସୁନ୍ଦରଗଡ଼ ଜିଲ୍ଲାରେ ରାଉରକେଲା ଓ ସୁନ୍ଦରଗଡ଼ ସହର ସମେତ ୧୭ଟି ବ୍ଲକ୍‌ର ପ୍ରାୟ ୨୦ ହଜାରରୁ ଅଧିକ ଅଯୋଗ୍ୟ ହିତାଧିକାରୀଙ୍କ କାର୍ଡ କଟାଯାଇ ସାରିଛି। ଆହୁରି ଅଧିକ ଅଯୋଗ୍ୟ ହିତାଧିକାରୀଙ୍କ କାର୍ଡ କଟିବ ବୋଲି ଯୋଗାଣ ବିଭାଗ କାର୍ଯ୍ୟାଳୟ ପକ୍ଷରୁ ଜଣାପଡ଼ିଛି।

ସେମିତି ପ୍ରତ୍ୟେକ ଥାନା ଅଧୀନରେ କାର୍ଯ୍ୟରତ ଗୃହରକ୍ଷୀଙ୍କ ରାସନକାର୍ଡ କାଟିବାକୁ ମଧ୍ୟ ଯୋଗାଣଅଧିକାରୀ ସମସ୍ତ ମାର୍କେଟିଂ ଇନ୍ସପେକ୍ଟର (ଏମ୍‌ଆଇ)ମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ରାଜ୍ୟ ଯୋଗାଣ ବିଭାଗର ଏଭଳି ନିଷ୍ପତ୍ତିକୁ ଗୃହରକ୍ଷୀ ସଂଘ ନିନ୍ଦା କରିଛି। ରାସନକାର୍ଡ ନ କାଟିବାକୁ ସେମାନେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଓ ମୁଖ୍ୟ ଶାସନ ସଚିବଙ୍କୁ ଚିଠି ଲେଖି ଅନୁରୋଧ କରିଛନ୍ତି।

ଏଥିସହ ଜିଲ୍ଲାପାଳ ଓ ଏସ୍‌ପିଙ୍କୁ ମଧ୍ୟ ରାସନକାର୍ଡ ନ କାଟିବାକୁ ନିବେଦନ କରିଛନ୍ତି। ରାଉରକେଲା ଗୃହରକ୍ଷୀ ସଂଘ ପକ୍ଷରୁ ଧନୀରାମ ସାହୁ କହିଛନ୍ତି, ରାଉରକେଲା ପୁଲିସ ଜିଲ୍ଲାରେ ମୋଟ ୯୪୯ ଗୃହରକ୍ଷୀ ପଦ ଥିବାବେଳେ ୮୪୨ ଜଣ ବିଭିନ୍ନ ଥାନା ଅଧୀନରେ କାମ କରୁଛନ୍ତି। 

ସୁନ୍ଦରଗଡ଼ ପୁଲିସ ଜିଲ୍ଲାରେ ୩୬୭ ଗୃହରକ୍ଷୀ ପଦରୁ ୨୭୯ ବିଭିନ୍ନ ଥାନା ଓ ମୁଖ୍ୟାଳୟରେ କାର୍ଯ୍ୟ କରୁଛନ୍ତି। ଡ୍ୟୁଟି ଅନୁଯାୟୀ ଗୃହରକ୍ଷୀଙ୍କୁ ଦୈନିକ ୫୯୬ ଟଙ୍କା ହିସାବରେ ମାସକୁ ୧୭ ହଜାର ୮୫୦ ଟଙ୍କା ଭତ୍ତା ପାଉଛନ୍ତି। ଯେତିକି ଦିନ କାମ କରୁଛନ୍ତି, ସେତିକି ଦିନର ପାରିଶ୍ରମିକ ପାଉଛନ୍ତି। 

ଗୃହରକ୍ଷୀମାନେ ସରକାରୀ କର୍ମଚାରୀ ହୋଇ ନଥିବାବେଳେ କେଉଁ ଆଧାରରେ ସେମାନଙ୍କ ରାସନକାର୍ଡ କାଟି ଦିଆଯାଉଛି ବୋଲି ସଂଘ ପ୍ରଶ୍ନ କରିଛି। କେବଳ ରାଉରକେଲା ଓ ସୁନ୍ଦରଗଡ଼ ପୁଲିସ ଜିଲ୍ଲା ନୁହେଁ, ସମଗ୍ର ରାଜ୍ୟରେ ମୋଟ ୧୭ ହଜାର ୬୭୫ ଗୃହରକ୍ଷୀ ପଦରୁ ୧୫ ହଜାର ୩୦୮ ଜଣ କାମ କରୁଛନ୍ତି।

ଅଧିକ ପଢ଼ନ୍ତୁ: ଝାଡ଼ଖଣ୍ଡ ଜଙ୍ଗଲରେ ଏନକାଉଣ୍ଟର: ଜଣେ ନକ୍ସଲଙ୍କ ମୃତଦେହ ଏବଂ ୨ଟି ରାଇଫଲ୍ ଉଦ୍ଧାର

ସ୍ବଳ୍ପ ପାରିଶ୍ରମିକ ପାଉଥିବା ଗୃହରକ୍ଷୀମାନଙ୍କ ରାସନକାର୍ଡ କାଟିଦିଆଗଲେ ପାଖାପାଖି ୭୦ ହଜାର ହିତାଧିକାରୀ ସରକାରଙ୍କ ବିଭିନ୍ନ ଯୋଜନାରୁ ବଞ୍ଚିତ ହେବେ। ପ୍ରତ୍ୟେକ କାର୍ଡଧାରୀ ପିଡିଏସ୍‌ ଚାଉଳ ପାଇପାରିବେ ନାହିଁ। 

ରାଉରକେଲାରେ ଯେତିକି ଗୃହରକ୍ଷୀ ବିଭିନ୍ନ ଥାନା ଅଧୀନରେ ଡ୍ୟୁଟି କରୁଛନ୍ତି, ସମସ୍ତଙ୍କୁ ମାସିକ ୩୦ ଦିନର କାମ ମିଳୁନି। ଅଧିକାଂଶ ଗୃହରକ୍ଷୀଙ୍କ ମାସିକ ପାରିଶ୍ରମିକ ୧୨ରୁ ୧୪ ହଜାର ଟଙ୍କାରେ ସୀମିତ ରହୁଛି।

ଏତିକି ଟଙ୍କାରେ ପିଲାମାନଙ୍କ ପାଠପଢ଼ା ଓ ପରିବାର ପ୍ରତିପୋ‌ଷଣ ଗୃହରକ୍ଷୀଙ୍କ ପାଇଁ କଷ୍ଟକର ହୋଇପଡ଼ିଛି। ଏତିକିବେଳେ ସରକାରଙ୍କ ଏଭଳି ନିଷ୍ପତ୍ତି ଗୃହରକ୍ଷୀମାନଙ୍କ ଚିନ୍ତା ବଢ଼ାଇ ଦେଇଛି। ସରକାର ତୁରନ୍ତ ଏହି ନିଷ୍ପତ୍ତି ପ୍ରତ୍ୟା‌ହାର କରିନେବାକୁ ସଂଘ ପକ୍ଷରୁ ଅନୁରୋଧ କରାଯାଇଛି।

ଅଧିକ ପଢ଼ନ୍ତୁ: ବେଆଇନ କୋଇଲା ‌ଡିପୋରେ ଚଢ଼ଉ: ୬୫ ଟନ କୋଇଲା ଜବତ

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe