ବାହାଘର ଭୋଜି ଖାଇ ୧୨ଜଣ କରୋନା ସଂକ୍ରମିତ

Advertisment
୨୦ ଜଣକ ଜୀବନ ନେଲାଣି ବ୍ଲାକ୍‌ଫଙ୍ଗସ୍‌

Image Courtesy of Fierce Pharma

ରାମଚନ୍ଦ୍ରପୁର: ପୁରୁଣାବାନ୍ଧଗୋଡା ଗ୍ରାମରେ ଏକ ବିଭାଘର ଭୋଜି ଖାଇ ୧୨ଜଣ କରୋନା ଆକ୍ରାନ୍ତ ହୋଇଥିବା ସୂଚନା ମିଳିଛି। ଗୋଟିଏ ପରିବାର ୫ ବ୍ୟକ୍ତି କରୋନା ସଂକ୍ରମିତ ହୋଇଥିବାରୁ ଗାଁରେ ଏକ ପ୍ରକାର ଭୟର ବାତାବରଣ ଖେଳି ଯାଇଥିଲା । ଯେଉଁମାନେ ଭୋଜିରେ ଯୋଗଦେଇଥିଲେ ସେମାନଙ୍କ ପାଇଁ ଆଜି ଗ୍ରାମରେ କୋଭିଡ଼ ଚିହ୍ନଟ ପାଇଁ ଏକ ଶିବିରର ଆୟାଜନ କରାଯାଇଥିଲା। ମୋଟ ୧୩୭ ଜଣଙ୍କ ଠାରେ ଆଣ୍ଟିଜେନ ଟେଷ୍ଟିଂ କରାଯାଇଥିବା ବେଳେ ସେଥିମଧ୍ଯରୁ ୭ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିଲେ। ଆକ୍ରାନ୍ତମାନେ ବିବାହ ଭୋଜିରେ ଯୋଗ ଦେଇଥିଲେ ବୋଲି ଜଣାପଡିଥିଲା। ସେମାନଙ୍କ ଠାରେ ସାମାନ୍ୟ ଲକ୍ଷଣ ଥିଲେ ସୁଦ୍ଧା ସମସ୍ତଙ୍କୁ ଆବଶ୍ୟକ ଔଷଧ ଦେବା ସହ ଘରେ ସଙ୍ଗରୋଧରେ ରହିବାକୁ ପରାମର୍ଶ ଦିଆଯାଇଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe