ପୁରୀ: ପୁରୀର ଜଣେ ଆଇନଜୀବୀ ଲକ୍ଷ୍ମୀଧର ମହାପାତ୍ରଙ୍କୁ ହତ୍ୟା ସହିତ ଆଇଜୀବୀମାନଙ୍କ ଉପରେ ହେଉଥିବା ଆକ୍ରମଣ ପ୍ରତିବାଦରେ ଆଜି ପୁରୀ ବାର ଆସୋସିଏସନ୍ ପକ୍ଷରୁ ୧୨ ଘଣ୍ଟିଆ ପୁରୀ ବନ୍ଦ ଡାକରା ଦିଆଯାଇଛି। ପୁରୀର ଆଇନଶୃଙ୍ଖଳା ବିପର୍ଯ୍ୟସ୍ତ ହୋଇ ପଡ଼ିଥିବାରୁ ପୁରୀ ଏସପି ଓ ଜିଲ୍ଲାପାଳଙ୍କ ବଦଳି ସହିତ ପୁରୀରେ ଏକ ସ୍ୱାଭାବିକ ପରିସ୍ଥିତି ଫେରାଇ ଆଣିବା ପାଇଁ ପୁରୀ ବାର ଆସୋସିଏସନ୍ ଦାବି କରିଛି। ପୁରୀ ବାର ଆସୋସିଏସନ୍ର ଏହି ବନ୍ଦ ଯୋଗୁଁ ପୁରୀକୁ ବସ ଚଳାଚଳ ବନ୍ଦ ଥିବା ବେଳେ ଦୋକାନବଜାର ବନ୍ଦ ରହିଛି।
ଆଇନଜୀବୀଙ୍କୁ ହତ୍ୟା ପ୍ରତିବାଦରେ ପୁରୀ ଓକିିଲ ସଂଘର ୧୨ ଘଣ୍ଟିଆ ବନ୍ଦ ପାଳନ
Advertisment
Follow Us