୧୨ କେଜି ଗଞ୍ଜେଇ ଓ ବାଇକ୍ ଜବତ, ୩ ଗିରଫ

Advertisment
ଜୁଆ ଆଡ଼ାରେ ଚଢ଼ଉ, ୪ ଗିରଫ

new indian express

କଣ୍ଟାମାଳ, ୨୦।୧୦ (ଇମିସ): ବୌଦ୍ଧ ଜିଲ୍ଲା ମନମୁଣ୍ଡା ଥାନା ଅନ୍ତର୍ଗତ ଷାଣ୍ଢପାଲି ଛକ ନିକଟରେ ପୁଲିସ ଚଢ଼ଉ କରି ୧୨ କେଜି ଗଞ୍ଜେଇ ଓ ଗ‌ୋଟିଏ ବାଇକ୍‌ ଜବତ କରିବା ସହ ୩ ଜଣଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତମାନେ ହେଲେ ପ୍ରଶାନ୍ତ କମ୍ପ, ଆକାଶ ସଲମା ଓ କୃଷ୍ଣ କଲତା।
ସୂଚନା ଅନୁସାରେ, ୨ଟି ବାଇକ୍‌ରେ ୫ଜଣ ଯୁବକ ବସ୍ତାରେ କିଛି ଜିନିଷ ଧରି ଆସୁଥିବା ବେଳେ ସନ୍ଦେହରେ ପୁଲିସ ସେମାନଙ୍କୁ ଅଟକାଇଥିଲା। ତଦନ୍ତ ପରେ ବସ୍ତାରେ ଗଞ୍ଜେଇ ଥିବା ଜାଣି ପାରିଥିଲା। ପୁଲିସ ଘଟଣାସ୍ଥଳରୁ ବାଇକ୍‌ (ଓଡି ୩୧ ଏଚ୍‌ ୪୯୬୯), ଗଞ୍ଜେଇ ଓ ତିନି ଅଭିଯୁକ୍ତଙ୍କୁ ଥାନାକୁ ଆଣିଥିଲା। ଅନ୍ୟ ଦୁଇଜଣ ଯୁବକ ଘଟଣାସ୍ଥଳରୁ ଫେରାର୍‌ ମାରିଥିଲେ। ଜବତ ଗଞ୍ଜେଇର ପରିମାଣ ୧୨କେଜି ହୋଇଥିବା ପୁଲିସ ସୂଚନା ଦେଇଛି। ଏନେଇ ଥାନା କେସ୍‌ ନଂ ୨୪୩/୨୩ରେ ଗିରଫ ୩ ଯୁବକଙ୍କୁ କୋର୍ଟ ଚାଲାଣ କରାଯାଇଛି। ଫେରାର ଅଭିଯୁକ୍ତ ଦ୍ବୟଙ୍କୁ ଶୀଘ୍ର ଗିରଫ କରାଯିବ ବୋଲି ପୁଲିସ ସୂଚନା ଦେଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe