କାଳୀପୂଜାରେ ଚୋର ସଂକ୍ରିୟ; ୧୨ ଚୋରି ମୋବାଇଲ ଜବତ

Advertisment
ସାଉଣ୍ଡ ମେସିନ ଚୋରି, ୩ ଗିରଫ

Image Courtesy of India Today

ଭଦ୍ରକ: ଚଳିତ ବର୍ଷ ଚରମ୍ପାର ପ୍ରସିଦ୍ଧ କାଳୀ ପୂଜାରେ ଦର୍ଶକଙ୍କର ପ୍ରବଳ ଭିଡ ରହିଥିବା ବେଳେ ଏଇ ଭିଡ ଭିତରେ କିନ୍ତୁ ମୋବାଇଲ ଚୋର ବେଶ୍  ସଂକ୍ରିୟ ହୋଇପଡିଛନ୍ତି  ମେଳାର ୬ ଦିନ  ଭିତରେ  ମୋଟ ୧୮ ଟି ମୋବାଇଲ  ବିଭିନ୍ନ  ଲୋକଙ୍କଠାରୁ ଚୋରି ହୋଇଥିବାବେଳେ ଗତକାଲି ଓ ଆଳି ଭଦ୍ରକ ପୁଲିସ ପକ୍ଷରୁ ୧୨ ଟି ମୋବାଇଲ ଉଦ୍ଧାର କରାଯାଇଛି। ଉଦ୍ଧାର ମୋବାଇଲ ଗୁଡିକୁ ସେହିସବୁ ଲୋକଙ୍କର ପ୍ରମାଣ ରଖି  ହସ୍ତାନ୍ତର କରାଯାଇଛି। ମୋବାଇଲ ଚୋରି ରାକେଟରେ ସକ୍ରିୟ ଥିବା କିଛି ବହାର ରାଜ୍ୟର ମହିଳା ଓ ଶିଶୁ ସକ୍ରିୟ ରହିଥିବା ‌ ନେଇ ‌ପୁଲିସ ତଦନ୍ତରୁ ଜଣାପଡିଛି। ଜନୈକା  ଝିଅ ଏଇ ମୋବାଇଲ ଚୋରି ରାକେଟ୍ ରେ ବେଶ୍ ସକ୍ରିୟ ହୋଇ ଉଠିଥିବାବେଳେ  ତାଙ୍କୁ ଗତକାଲି ବିଳମ୍ବିତ ରାତିରେ ଚରମ୍ପା ମଳା ପଡିଆରରୁ ଲୋକମାନେ କାବୁ କରି ନେଇ ପୁଲିସକୁ ହସ୍ତାନ୍ତର କରିଥିଲେ। ପୁଲିସ ଏଇ ଝିଅ ପାଖରୁ ୧୨ ଟି ଚୋରି ମୋବାଇଲ ଉଦ୍ଧାର କରିଥିବା ନେଇ ଭଦ୍ରକ ଟାଉନ ଆଇଆଇସି ବୀରେନ୍ଦ୍ର କୁମାର ସେନାପତି ସମ୍ବାଦକୁ କହିଛନ୍ତି।

ମୋବାଇଲ ଚୋରିରେ ସଂପୃକ୍ତ ଥିବା ଝିଅକୁ ତାଙ୍କ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି। ମୋବାଇଲ ଚୋର ମେଳା ପରିସରରେ ଯେତିକି ସକ୍ରିୟ ଅଛନ୍ତି। ତାଠାରୁ ଅଧିକ ସକ୍ରିୟ ଅଛନ୍ତି  ଟ୍ରଗସ୍ ମାଫି‌ଆ। ସେମାନେ ଡ୍ରଗସ୍ ନିଶାରେ ଭଦ୍ରକର ଟାଉନ ଓ ଗ୍ରାମାଞ୍ଚଳରେ ଆତଙ୍କରାଜ ସୃଷ୍ଟି କରିଛନ୍ତି। ଭଦ୍ରକର ସାମରାଇପୁର ଅଞ୍ଚଳରେ ବିଭିନ୍ନ କଲୋନୀରେ ପଶି ଡ୍ରଗସ୍ ନିଶାଗ୍ରସ୍ତ ଯୁବକମାନେ ଲୋକଙ୍କ ଘରର ଗେଟ୍  ତାଲା ଭାଙ୍ଗି ଘର ଭିତରକୁ ପଶି ସାଇକେଲ ଓ ମଟର ସାଇକେଲ ଚୋରି କରି  ନେଉଛନ୍ତି। ଏଇ ଡ୍ରଗସ୍ ମାଫିଆଙ୍କୁ ଗିରଫ କରିବା ପାଇଁ  ପୁଲିସ ପକ୍ଷରୁ କୌଣସି ପଦକ୍ଷେପ  ନିଆଯାଉ ନଥିବାରୁ ଭଦ୍ରକ ଲୋକ ଆତଙ୍କିତ ହୋଇପଡିଥିବା  ପୁଲିସ ଉପରୁ ଆସ୍ଥା ତୁଟାଇ ଦେଇଛନ୍ତି। ଟାଉନ ପୁଲିସ ଓ ଗ୍ରାମାଞ୍ଚଳ ପୁଲିସର ରାତ୍ରି ପେଟ୍ରୋଲିଂ ଆହୁରି  କଡାକଡି କରିବାକୁ ଦହରବାସୀ ଦାବି କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe