ପୋଖରୀରେ ବୁଡ଼ି ୧୨ ବର୍ଷର ବାଳକ ମୃତ

Advertisment
ଗାଧୋଇବାକୁ ଯାଇ ଆଉ ଫେରିଲାନି ପୁଅ, ହତ୍ୟା ସନ୍ଦେହ

Representative image

ବୋରିଗୁମ୍ମା: କୋରାପୁଟ ଜିଲ୍ଲା ବୋରିଗୁମ୍ମା ବ୍ଲକ ରଣସପୁର ଗ୍ରାମରେ ଦୀପାବଳି ପର୍ବ ପାଇଁ ସମସ୍ତେ ଉତ୍ସାହିତ ଥିବା ବେଳେ ହୃଦୟ ବିଦାରକ ଘଟଣା ଘଟିଛି। ଗାଁର ଜଣେ ୧୨ ବର୍ଷର ବାଳକ ପୋଖରୀରେ ବୁଡି ମୃତ୍ୟୁ ଘଟିଛି। ରଣସପୁର ଗ୍ରାମର ଚୈତନ୍ୟ ତନ୍ତୀଙ୍କ ପୁଅ ନୃସିଂହ ନନ୍ଦ ତନ୍ତୀ (୧୨) ପ୍ରାଣ ହାରିଛି।

ସୂଚନା ଅନୁସାରେ ଆଜି ସକାଳୁ ନୃସିଂହ କିଛି ସାଙ୍ଗଙ୍କ ସହ ନିକୋଟସ୍ଥ ପୋଖରୀକୁ ଶୌଚ ହେବା ପାଇଁ ଯାଇଥିଲା। ହଠାତ ଗୋଡ଼ ଖସିଯିବା ଫଳରେ ପୋଖରୀ ମଧ୍ୟକୁ ଚାଲି ଯାଇଥିଲ। ସାଙ୍ଗମାନେ ତୁରନ୍ତ ଗ୍ରାମବାସୀ ଏବଂ ପରିବାରଙ୍କୁ ଖବର ଦେଇଥିଲେ। ଖବର ପାଇ ପରିବାର ଲୋକେ ପୋଖରୀକୁ ଯାଇ ନୃସିଂହକୁ ଉଦ୍ଧାର କରିଥିଲେ। ତାକୁ ତୁରନ୍ତ ବିସିଂପୁର ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନେଇଥିଲେ। ସେଠାରୁ ପୁଣି ବୋରିଗୁମ୍ମା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଆଣିଥିଲେ। ସେଠାରେ ତାଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ। ପୁଲିସ ମେଡିକାଲ ପହଂଚି ଅପମୃତ୍ୟୁ ମାମଲା ରୁଜୁ କରି ଶବ ବ୍ୟବଚ୍ଛେଦ ପାଇଁ ପଠାଇଛି। ଏଭଳି ଦୁଃଖଦ ଖବର ରଣସପୁର ଗ୍ରାମବାସୀଙ୍କ ମଧ୍ୟରେ ଶୋକର ଛାୟା ଖେଳିଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe