ମଦ୍ୟପ ବାପାର ଗାଳି ସହି ନ ପାରି ଆତ୍ମହତ୍ୟା କଲା ଝିଅ!

ଫ୍ୟାନ୍‌ରେ ଝୁଲି ମହିଳାଙ୍କ ଆତ୍ମହତ୍ୟା

Deccan Chronicle

ଝାରସୁଗୁଡା: ମଦ୍ୟପ ବାପାର ନିର୍ଯ୍ୟାତନା ଅସହ୍ୟ ହୋଇପଡ଼ିଛି। ସୀମା ଟପିବାରୁ ଶେଷରେ ୧୨ ବର୍ଷର ଝିଅ ଆତ୍ମହତ୍ୟା କରିବାକୁ ନିଷ୍ପତ୍ତି ନେଇଛି। ଝାରସୁଗୁଡ଼ା ପୌରାଞ୍ଚଳର ଅନ୍ତର୍ଗତ ଝରିଆନାଲ ଠାରେ ମଙ୍ଗଳବାର ଏହି ଅଭାବନୀୟ ଅଘଟଣ ଘଟିଛି । ବାପା ନିଶାସକ୍ତ ଅବସ୍ଥାରେ ଗାଳି ଦେବାରୁ ତାହା ସହ୍ୟ କରି ନ ପାରି ଜଣେ ସପ୍ତମ ଶ୍ରେଣୀ ଛାତ୍ରୀ ଅନିତା କିଶାନ ନିଜ ବେକରେ ରଶି ଲଗାଇ ଆତ୍ମହତ୍ୟା କରିଛି ।

ବାପା ଝିଅକୁ ଗାଳି ଦେଇ ନିଜ କାମ କରିବାକୁ ପଳେଇବା ପରେ ମା’ ମଧ୍ୟ କାମ କରିବକୁ ପଳାଇଥିଲେ। ଘରେ ଏକୂଟିଆ ରହିବା ସୁଯୋଗ ପାଇ ଝିଅ ଅନିତା ଆତ୍ମହତ୍ୟା କରିଛି। ଏହି ଖବର ଜଣା ପଡିବା ପରେ ବିଟିଏମ ଫାଣ୍ଡି ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିବା ପରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଶବ ବ୍ୟବଚ୍ଛେଦ ପାଇଁ ପଠାଇଛି। ଏହି ଘଟଣାରେ ଅନିତାର ମା’ ଓ ବାପ ମୁହଁ ଖୋଲିବାକୁ ଅରାଜି ହୋଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe